କୋରାପୁଟ କଂଗ୍ରେସରେ ଫାଟ
18/06/2018 at 11:37 AM

କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ଆଜି କୋରାପୁଟ ଠାରେ ନିଜର ଶକ୍ତି ପ୍ରଦର୍ଶନ କରିଥେଲେ । କୋରାପୁଟ ସହରରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଏକ ସାଧାରଣ ସଭାର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ତାଙ୍କ ସମର୍ଥକଙ୍କୁ ଏକାଠି କରିବାର ପ୍ରୟାସ କରୁଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ,କୋରପୁଟ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆ,ଲଷ୍ମୀପୁର ବିଧାୟକ କୈଳାଶ କୁଳେଶିକା ସମେତ ଅନେକ ଛାମୁଆ ନେତା ଯୋଗ ଦେଇଥିଲେ। ଅପର ପକ୍ଷେ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି,ଓ ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ସଭାକୁ ଆସିନଥିବାରୁ ଜିଲ୍ଲା କଂଗ୍ରେସ ରାଜନୀତି ପୁଣି ସରଗରମ ହୋଇଛି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021