Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଟିଆ ଗସ୍ତରେ ଗଲେ କୋରାପୁଟ ଜିଲ୍ଲାପାଳ, ଉନ୍ନୟନ ମୂଳକ କାର୍ଯ୍ୟର କଲେ ତଦାରଖ

9/10/2021 at 9:18 PM

କୋରାପୁଟ, ୦୯।୧୦: ଆନ୍ଧ୍ରକୁ ଜିଲ୍ଲାପ୍ରଶାସନର କଡ଼ା ଜବାବ। ଗତକାଲି ଆନ୍ଧ୍ର କୋଟିଆ ପଞ୍ଚାୟତରେ ଗ୍ରାମସଭା କରିଥିବା ବେଳେ ଆଜି କୋରାପୁଟ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି। କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସେ ଲୋକଙ୍କ ସହ ଆଲୋଚନା କରିଛନ୍ତି । 

ଜିଲ୍ଲାପାଳ କୋଟିଆର ମାଡକାର ଡୋଲିଆମ୍ବ, ଫାଟୁସିନେରି, ଫଗୁଣସିନେରି, ବ୍ରିଟିଶ ରୋଡ଼ ଇତ୍ୟାଦି ଅଞ୍ଚଳ ଗସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳଙ୍କ ସହ ବିଡ଼ିଓ ପଟାଙ୍ଗି, ଆଇଟିଡିଏ ଓ ଆରଡି ଅଧିକାରୀ ମଧ୍ୟ କୋଟିଆ ଗସ୍ତ କରିଥିବା ଜଣାପଡ଼ିଛି ।

   Related Posts