ଆନ୍ତର୍ଜାତୀୟ କଫି ଦିବସ ଅବସରରେ କୋରାପୁଟ କଫି ବୋର୍ଡ ତରଫରୁ ମାଗଣା କଫି ବଣ୍ଟନ, ମଜା ନେଲେ କଫିପ୍ରେମୀ

Published By : Prameya-News7 Bureau | October 01, 2019 IST

ଜୟପୁର ୧|୧୦:  ଆଜି ହେଉଛି ଆନ୍ତର୍ଜାତୀୟ କଫି ଦିବସ। କଫି ପ୍ରେମୀଙ୍କ ପାଇଁ ଦିନଟିଏ। ପ୍ରତି ବର୍ଷ ଅକ୍ଟୋବର ମାସ ପହିଲାକୁ ଆନ୍ତର୍ଜାତୀୟ କଫି ଦିବସ ଭାବେ ସାରା ବିଶ୍ବରେ ପାଳନ କରାଯାଇଥାଏ। ଆଉ ଏହି ଉପଲକ୍ଷେ କୋରାପୁଟ କଫି ବୋର୍ଡ ତରଫରୁ ଧୁମଧାମରେ ମାଗଣା କଫି ବାଣ୍ଟିବା ସହ ଚିଅର ଅପ୍ କରାଯାଇଥିଲା। ଯାହାର ମଜା ନେଇଥିଲେ ସମସ୍ତ କଫି ପ୍ରେମୀ।

{"id":165043}

କୋରାପୁଟରେ ଧୁମଧାମରେ ପାଳନ ହେଲା ଆନ୍ତର୍ଜାତୀୟ କଫି ଦିବସ। ଏଥିପାଇଁ କୋରାପୁଟ କଫି ବୋର୍ଡ ତରଫରୁ ଆୟୋଜନ କରାଯାଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଆଉ ଏହି ଅବସରରେ ଏକାଠି ହୋଇଥିଲେ କୋରାପୁଟ ସମସ୍ତ କଫି ପ୍ରେମୀ। ଯେଉଁଥିରେ ସାମିଲ ହୋଇଥିଲେ କଫି ଚାଷୀଙ୍କଠାରୁ ଆରମ୍ଭ କରି କଫି ଉପଭୋକ୍ତା।

{"id":165047}

ଆଜିର ଦିନର ମହତ୍ତ୍ଵ ଉପରେ ପ୍ରଥମେ ସମସ୍ତେ ଆଲୋକପାତ କରିବା ସହ କୋରାପୁଟିଆ କଫିର ମଜା ନେଇଥିଲେ। ଆୟୋଜକଙ୍କ ତରଫରୁ ଆଜି ସମସ୍ତଙ୍କୁ ମାଗଣାରେ କଫି ବଣ୍ଟା ଯାଇଥିଲା। ଏପରିକି ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ବି ଡାକି ମାଗଣାରେ କଫି ଦିଆଯାଇଥିଲା। ସମସ୍ତେ କୋରାପୁଟିଆ କଫିର ମଜା ନେବା ସହ କଫି ବଗିଚା ବି ବୁଲି ଦେଖିଥିଲେ। ଆଉ କାର୍ଯ୍ୟକ୍ରମ ଶେଷରେ କଫିରେ ଚିଅର ଅପ୍ କରିବା ସହ ମତାମତ ଲେଖିବାକୁ ଭୁଲିନଥିଲେ କଫି ପ୍ରେମୀ।

{"id":165045}

ଦୀର୍ଘ ବର୍ଷ ହେବ କୋରାପୁଟରେ କଫି ଚାଷ ହେଉଥିଲେ ବି ପ୍ରଥମ ଥର ପାଇଁ ଗତ ମାସରେ ରାଜ୍ୟ ସରକାରଙ୍କ ତରଫରୁ କୋରାପୁଟଠାରେ କଫି ପ୍ରୋସେସିଂ ୟୁନିଟ ଓ କଫି କାଫେ ଆରମ୍ଭ କରାଯାଇଛି। ଏହାସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ପହଁଚାଇବାକୁ ଏହା ଏବେ ଅନଲାଇନରେ ଉପଲବ୍ଧ। ତଥାପି କୋରାପୁଟ କଫି ଲକ୍ଷ୍ୟଠାରୁ ବହୁ ଦୂରରେ।

{"id":165046}

ଜିଲ୍ଲାରେ ଏବେ ୩୨୦୦ ହେକ୍ଟର ଜମିରେ କଫି ଚାଷ ହେଉଥିବା ବେଳେ ୫୫୦ ମାଟ୍ରିକ୍ ଟନ୍ କଫି ଉତ୍ପାଦନ ହେଉଛି। ଯାହାକି ଲକ୍ଷ୍ୟର ମାତ୍ର ୨ ପ୍ରତିଶତ। ତଥାପି କୋରାପୁଟ କଫିକୁ ଆନ୍ତର୍ଜାତୀୟ ବଜାରରେ ପହଁଚାଇବାରେ କୋରାପୁଟ କଫି ବୋର୍ଡର ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି ଚାଷୀ। ଆଉ ସେପଟେ କଫି ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ଏହାର ବଡ ବଜାର ତିଆରି କରିବା ଲକ୍ଷ୍ୟରେ କୋରାପୁଟ କଫି ବୋର୍ଡ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.