୭ ଦଫା ଦାବୀ ନେଇ ଡିଆରସିଏସଙ୍କ କାର୍ଯ୍ୟାଳୟ ଘେରାଉ କଲେ କୋରାପୁଟ ଜିଲ୍ଲାର ସମବାୟ କର୍ମଚାରୀ

Published By : Prameya-News7 Bureau | September 08, 2018 IST

ଜୟପୁର ୮/୯ : ୭ ଦଫା ଦାବୀ ନେଇ ଜୟପୁରସ୍ଥିତ ଡି.ଆର୍.ସି.ଏସ୍ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ଶହ ଶହ ସମବାୟ କର୍ମଚାରୀ । ଦାବୀ ମଧ୍ୟରେ ରହିଛି ଲ୍ୟାମ୍ପ କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା,ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ସହ ସିଧାସଳଖ ନିଯୁକ୍ତି ବନ୍ଦ କରିବା,୨୦୧୧ ରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ ଇତ୍ୟାଦି ଇତ୍ୟାଦି..। ପୂର୍ବରୁ ଏ ନେଇ ସମବାୟ କର୍ମଚାରୀ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରି ଆସୁଥିଲେ ବି ରାଜ୍ୟ ସରକାର ଦାବୀ ପୂରଣ କରୁନଥିବା ଅଭିଯୋଗ କରିଛି ସଂଘ । ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ସମବାୟ କର୍ମଚାରୀ ଏକ ବିରାଟ ରାଲିରେ ସହର ପରିକ୍ରମାରେ ଆସିବା ପରେ ଡି.ଆର୍.ସି.ଏସ୍ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । କର୍ମଚାରୀଙ୍କ ଦାବୀକୁ ରାଜ୍ୟ ସରକାର ତୁରନ୍ତ ପୂରଣ ନକଲେ ଆଗରୁ ଆନ୍ଦୋଳନ ଆହୁରୀ ଜୋରଜାର କରାଯିବ ବୋଲି କହିଛି ସଂଘ।ସେପଟେ କର୍ମଚାରୀଙ୍କ ଦାବୀ ପୂର୍ବରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଇ ଯାଇଥିବା କହିଛନ୍ତି ଡି.ଆର୍.ସି.ଏସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.