Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଆସନ୍ତା କାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ, ଅର୍ଥନେତିକ ଅବରୋଧ ପାଇଁ ଚେତାବନୀ

17/12/2018 at 5:01 PM

କୋରାପୁଟ ୧୭|୧୨: ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବୀରେ ଆସନ୍ତା କାଲି ଅବିଭକ୍ତ କୋରାପୁଟର ୪ଟି ଜିଲ୍ଲାରେ ବନ୍ଦ ଡାକରା ଦେଲା ଓକିଲ ସଂଘ।ଏହାକୁ ବିଭିନ୍ନ ସଂଗଠନ ସହ ସମସ୍ତ ରାଜନୈତିକ ଦଳ ବି ସମର୍ଥନ ଜଣାଇଛନ୍ତି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଏହି ବନ୍ଦ ପାଳନ କରାଯିବ। ତଥାପି ସରକାର ଓକିଲଙ୍କ ଦାବୀ ପୂରଣ ନକଲେ ଅର୍ଥନେତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। 

ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବୀକୁ ନେଇ କୋରାପୁଟରେ ବଢିବାରେ ଲାଗିଛି ଓକିଲଙ୍କ ଅସନ୍ତୋଷ। ଦାବୀ ପୂରଣ ପାଇଁ ଆସନ୍ତା କାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଜିଲ୍ଲାରେ ଚକ ଅଖ ବନ୍ଦ ରହିବ।ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଏହି ବନ୍ଦ ପାଳନ କରାଯିବ। ବନ୍ଦ ସମୟରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ, କଲେଜ ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି ଜୟପୁର ବାର ଆସୋସେସନ ସଭାପତି। ଆସନ୍ତା କାଲିର ବନ୍ଦକୁ ସମସ୍ତ ରାଜନୈତିକ ଦଳ ସମର୍ଥନ ଜଣାଇଥିବା ବେଳେ ୨୯ଟି ବିଭିନ୍ନ ସଂଗଠନ ବି ସମର୍ଥନ କରି ରାଜ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ଆସନ୍ତା କାଲିର ବନ୍ଦ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାବୀ ପୂରଣ ନକଲେ ଆସନ୍ତା ୨୦ ତାରିଖ ଦିନ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ବସିବ ଓ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛି ଓକିଲ ସଂଘ। ଜୟପୁରର ଓକିଲମାନେ ଦାବୀ ପୂରଣ ପାଇଁ ପ୍ରତିମାସର ଶେଷ ୨ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଥିବା ବେଳେ ୧୫ ଦିନ ହେଲା କୋର୍ଟ ବର୍ଜନ କରି କାର୍ଯ୍ୟବନ୍ଦ ଆନ୍ଦୋଲନରେ ଜାରି ରହିଛନ୍ତି। 

ସେପଟେ ବନ୍ଦକୁ ସଫଳ କରିବା ପାଇଁ ସବୁ ରାଜନୈତିକ ଦଳକୁ ନେଇ ସର୍ବ ଦଳୀୟ ବୈଠକ ବି କରାଯାଇଛି। ପୂର୍ବରୁ ପାଲ୍ କମିଟି ଓ ଯଶୱନ୍ତ ସିଂ କମିଟି ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଯେଉଁ ସର୍ତ୍ତ ରଖିଥିଲେ ତାହା ଅବିଭକ୍ତ କୋରାପୁଟ ଜିଲ୍ଲା ପୁରଣ କରୁଛି। ତଥାପି ଉଭୟ ସରକାର ଏ ନେଇ ପାତର ଅନ୍ତର ନୀତି ଆପଣେଇଛନ୍ତି। ୧୦ ବର୍ଷ ହେଲା ଓକିଲ ମାନେ ଏହି ଦାବୀରେ ଆନ୍ଦୋଳନ ଚଳାଇଥିଲେ ବି ଦାବୀ ପୂରଣ ହୋଇନି। ତେଣୁ ଏଥର ଦଳ ଗତ ନିର୍ବୀଶେଷରେ ସମସ୍ତ ରାଜନୈତିକ ଦଳ ଏକ ହୋଇ କୋରାପୁଟ ମାଟି ପାଇଁ ଲଢେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥର ଆର୍ ପାର୍ ଲଢେଇ ଲଢିବା ସହ ଦାବୀ ପୂରଣ ନହେଲେ ଜିଲ୍ଲାର ଅର୍ଥନେତିକ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। 

ହାଇକୋର୍ଟ ବେଂଚ ଦାବୀରେ ପଶ୍ଚିମରୁ ଦକ୍ଷିଣ ସବୁଠି ଚାଲିଛି ଆନ୍ଦୋଳନ ସହ ଜିଲ୍ଲା ବନ୍ଦ । ତେଣୁ ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ।

   Related Posts