କୋରାପୁଟ : ମୁରତାହାଣ୍ଡି ନିକଟରେ ଓଲଟିଲା ପିକ୍‌ନିକ୍‌ ଗାଡି, ୧୫ରୁ ଉର୍ଦ୍ଧ୍ବ ମୃତାହତ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | January 31, 2021 IST

ଜୟପୁର ୩୧/୦୧ : କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ୍ ମୁରତାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୁରତାହାଣ୍ଡି ନିକଟସ୍ଥ ସିନ୍ଧି ଗାଁ ନିକଟରେ ଓଲଟିଛି ପିକ୍‌ନିକ୍‌ ଗାଡି । ଦୁର୍ଘଟଣାରେ ୧୫ରୁ ଅଧିକ ମୃତାହାତ ହୋଇଥିବା ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ । ତେବେ ପିକ୍‌ନିକ୍ ଯାଇଥିବା ଗାଡି କେଉଁ ଅଞ୍ଚଳର ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.