ଉତ୍ତରାଖଣ୍ଡରେ ପ୍ରଥମଥର ପାଇଁ ମିଳିଲା ବିରଳ ପ୍ରଜାତିର କୋରାଲ ସ୍ନେକ: ମଣିଷକୁ କାମୁଡ଼ିଲେ ୨ ଘଣ୍ଟା ମଧ୍ୟରେ ଚାଲିଯାଏ ଜୀବନ

Published By : Prameya-News7 Bureau | June 30, 2021 IST

ମଶୁରି ୩୦/୦୬ : ଉତ୍ତରାଖଣ୍ଡରେ ପ୍ରଥମଥର ପାଇଁ ଏକ ବିରଳ ପ୍ରଜାତିର ସାପ କୋରାଲ ସାପ ଦେଖିବାକୁ ମିଳିଛି। ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ WII ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅଭିଜିତ୍ ଦାସ ଉତ୍ତରାଖଣ୍ଡରେ ସାପ ଏବଂ ବେଙ୍ଗ ପ୍ରଜାତି ଉପରେ ଗବେଷଣା କରୁଛନ୍ତି। ଗବେଷଣା ସଂପର୍କରେ ଅଭିଜିତ୍ ଦାସ ମଶୁରିରେ ଭ୍ରମଣ କରୁଥିଲେ। ଏହି ସମୟରେ ସେ ଏବଂ ତାଙ୍କ ଟିମ୍ ହଠାତ୍ ମଶୁରି ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ଏକ କୋରାଲ ସ୍ନେକ୍ ଦେଖିଥିଲେ।

ସାପକୁ ଦେଖି ବୈଜ୍ଞାନିକଙ୍କ ଖୁସିର କୌଣସି ସୀମା ନଥିଲା। କାରଣ ଉତ୍ତରାଖଣ୍ଡ ପ୍ରଥମ ଥର ପାଇଁ କୋରାଲ୍ ସାପ ରେକର୍ଡ କରାଯାଉଥିଲା। ହେର୍ପେଟୋଲୋଜିରେ ରୁଚି ରଖୁଥିବା ବୈଜ୍ଞାନିକ, ଗବେଷକଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଡକ୍ଟର ଅଭିଜିତ୍ ଦାସ କହିଛନ୍ତି ଯେ ଆମ ଟିମ ପାଇଁ କୋରାଲ ସାପ ବହୁତ ଲକି ଏବଂ ଆକର୍ଷଣୀୟ ଥିଲା। ଏହାପୂର୍ବରୁ ହିମାଚଳ ପ୍ରଦେଶର ସୋଲାନରେ ମଧ୍ୟ କୋରାଲ ସ୍ନେକ ରେକର୍ଡ କରାଯାଇଛି।

ଡକ୍ଟର ଅଭିଜିତ ଦାସଙ୍କ ଅନୁଯାୟୀ, ଉତ୍ତରାଖଣ୍ଡରେ ମିଳୁଥିବା ବିଷାକ୍ତ ସାପର ପ୍ରଜାତି ମଧ୍ୟରେ କୋରାଲ ସାପ ସବୁଠାରୁ ଛୋଟ ସାପ। ଏହା ଏକ ସୁନ୍ଦର ଲାଲ ରଙ୍ଗର ସାପ କିନ୍ତୁ ବିଷାକ୍ତ ସାପ। ସାଧାରଣତଃ ଏହା କେବଳ ଜଙ୍ଗଲରେ ମିଳିଥାଏ। ଯଦି ଏହା ମଣିଷକୁ କାମୁଡ଼େ, ତେବେ ଠିକ୍ ସମୟରେ ଚିକିତ୍ସା ନ ହେଲେ ଦୁଇ ଘଣ୍ଟା ମଧ୍ୟରେ ମଣିଷର ମୃତ୍ୟୁ ହୋଇପାରେ। କୋରାଲ ସାପର ବିଷ ପୀଡିତର ନର୍ଭସ ସିଷ୍ଟମକୁ ଅତି ଶୀଘ୍ର ପ୍ରଭାବିତ କରିଥାଏ।

୧୯୦୮ ରେ ପ୍ରଥମେ ଏହି କୋରାଲ ସାପ ଆବିଷ୍କୃତ ହୋଇଥିଲା। ବ୍ରିଟିଶ ହର୍ପେଟୋଲୋଜିଷ୍ଟ କର୍ଣ୍ଣେଲ ଫ୍ରାଙ୍କୱାଲ ଏହି ସାପ ଆବିଷ୍କାର କରିଥିଲେ। ବିରଳ ପ୍ରଜାତି ହୋଇଥିବାରୁ ବୈଜ୍ଞାନିକ ଏହି ସାପ ବିଷୟରେ ବହୁତ କମ୍ ସୂଚନା ରଖିଛନ୍ତି। ଡକ୍ଟର ଅଭିଜିତ ଦାସ କହିଛନ୍ତି ଯେ ବର୍ତ୍ତମାନ କୋରାଲ ସାପ ଉପରେ ଅଧିକ ଗବେଷଣା ଆବଶ୍ୟକ। ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ ୩୬ ପ୍ରଜାତିର ସାପ ରେକର୍ଡ କରାଯାଇଛି। କୋରାଲ ସାପକୁ ଅନ୍ତର୍ଭୁକ୍ତ କରି ବର୍ତ୍ତମାନ ଉତ୍ତରାଖଣ୍ଡରେ ୩୭ ଟି ପ୍ରଜାତିର ସାପ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.