Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନାଇଜେରିଆରେ ସୋସିଆଲ ମିଡିଆ ଚଳାଇବାକୁ ଯୋଜନା କରୁଛି ଭାରତର ‘କୁ’

5/06/2021 at 7:51 PM

ନୂଆଦିଲ୍ଲୀ ୫।୬:  ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ନାଇଜେରିଆରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ନାଇଜେରିଆ ସୂଚନା ଓ ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଭାରତର ସୋସିଆଲ ନେଟୱାର୍କିଂ କମ୍ପାନୀ ‘କୁ’ ସେଠାରେ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଛି। କୁ ଇଣ୍ଡିଆ ନାଇଜେରିଆରେ ମଧ୍ୟ ଉପଲବ୍ଧ ହେଉଛି। ଏଣୁ ସ୍ଥାନୀୟ ଭାଷାକୁ ଏଥିରେ ସକ୍ଷମ କରିବାକୁ ଏବେ ଆମେ ଚିନ୍ତା କରୁଛୁ ବୋଲି ସହ ସଂସ୍ଥାପକ ଅପ୍ରମେୟ ରାଧାକୃଷ୍ଣ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ସେୟାର କରିଛନ୍ତି।

ରାଧାକୃଷ୍ଣଙ୍କ ଟ୍ୱିଟ୍‌ ଅନେକ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। କୁ ନାଇଜେରିଆ ଆସୁଥିବା ଜଣାପଡିବା ପରେ ଟ୍ୱିଟର ୟୁଜରଙ୍କ ପରାମର୍ଶ ସୁଅ ଛୁଟିଛି। ଟ୍ୱିଟର ଭଳି ଦେଖାଯାଉଥିବା ହଳଦିଆ ରଙ୍ଗର ଏହି ସୋସିଆଲ ମିଡିଆ ସାଇଟ୍‌ ଭାରତର ବେଙ୍ଗାଲୁରରେ କାର୍ଯ୍ୟ କରୁଛି। ଯାହାକୁ ଆଇଆଇଏମ ଅହମ୍ମଦାବାଦ ଆଲ୍ୟୁମିନି ରାଧାକୃଷ୍ଣ ଓ ତାଙ୍କର ବନ୍ଧୁ ମୟଙ୍କ ବିଦ୍ୱତକା ଗତବର୍ଷ କରୋନା ଲକଡାଉନ କାଳରେ ଆରମ୍ଭ କରିଥିଲେ।

ତେବେ ନୂଆକରି ହୋଇଥିବା ଏହି ସୋସିଆଲ ନେଟୱାର୍କିଂ ସାଇଟର କେତେ ୟୁଜର ଅଛନ୍ତି ତାହା ସ୍ପଷ୍ଟ ଜଣାନଥିଲେ ହେଁ ସେମାନେ ଅନୁନ୍ୟ ୩୪ ମିଲିୟନ ଡଲାରର ପାଣ୍ଠି ସୃଷ୍ଟି କରିପାରିଥିବା ଫୋରବସ୍‌ ଇଣ୍ଡିଆ ପ୍ରୋଫାଇଲରୁ ଜଣାପଡିଛି। ତେବେ କୁ ସଂସ୍ଥାପକମାନେ ଟ୍ୱିଟରକୁ ନେଇ ଉପୁଜିଥିବା ପରିସ୍ଥିତିରେ ସେ ସ୍ଥାନ ହାସଲ କରିବାକୁ ବେଶ ଆଗ୍ରହୀ ଥିବା ଜଣାପଡୁଛି। ଗତ ମଙ୍ଗଳବାର ନାଇଜେରିଆ ରାଷ୍ଟ୍ରପତିଙ୍କ ଗୃହ ଯୁଦ୍ଧ ସମ୍ପର୍କିତ ପୋଷ୍ଟକୁ ଟ୍ୱିଟର ବିବାଦାତ୍ମକ କହି ହଟାଇ ଦେଇଥିଲେ। ଏହା ପରେ ଦେଶରେ ଏହି ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମକୁ ସରକାର ଅନିର୍ଦ୍ଧିଷ୍ଟ ଅବଧି ପର୍ଯ୍ୟନ୍ତ ନିଲମ୍ବିତ କରିଦେଇଛନ୍ତି।   

   Related Posts