କଙ୍ଗନାକୁ ବ୍ୟାନ୍ କଲା ଟ୍ୱିଟର୍: ଦେଶୀ ଆପ୍ Koo ର ଫାଉଣ୍ଡର୍ କଲେ ସ୍ୱାଗତ: ସ୍କ୍ରିନସଟ୍ ସେୟାର କରି କହିଲେ...

Published By : Prameya-News7 Bureau | May 05, 2021 IST

ମୁମ୍ବାଇ ୦୫/୦୫ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି. ପ୍ରତ୍ୟେକ ପ୍ରସଙ୍ଗରେ ସେ ନିଜ ମତାମତ ରଖନ୍ତି। କିନ୍ତୁ ଟ୍ୱିଟରକୁ ବୋଧହୁଏ କଙ୍ଗନାଙ୍କ ଏହି ଅନ୍ଦାଜ ପସନ୍ଦ ହେଲାନାହିଁ। ମଙ୍ଗଳବାର ଦିନ ଟ୍ୱିଟର କଙ୍ଗନାଙ୍କ ଆକାଉଣ୍ଟ ବ୍ୟାନ କରିଦେଇଛି। ନିକଟରେ କଙ୍ଗନା ବଙ୍ଗଳା ହିଂସା ବିରୋଧରେ ନିଜ ମତାମତ ଦେଇଥିଲେ ଓ ଟିଏମସି ଉପରେ ଗମ୍ଭୀର ଆରୋପ ଲଗାଇଥିଲେ। କଙ୍ଗନାଙ୍କ ଟ୍ୱିଟର କିଛି ସମୟ ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସ୍ପେଣ୍ଡ କରିଦିଆଯାଇଥିଲା। ଟ୍ୱିଟର କଙ୍ଗନାଙ୍କ ଆକାଉଣ୍ଟ ସ୍ଥାୟୀ ରୂପେ ବ୍ୟାନ କରିବା ପରେ ସ୍ବଦେଶୀ ଆପ 'କୁ' Koo କଙ୍ଗନାଙ୍କ ସପକ୍ଷରେ ବାହାରିଛି।

ଟ୍ୱିଟର ଅନୁଯାୟୀ, ପଙ୍ଗା ଗାର୍ଲ କଙ୍ଗନା ବାରମ୍ବାର ନିୟମ ଉଲଙ୍ଘନ କରିଛନ୍ତି ଯେଉଁଥିପାଇଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ତାଙ୍କ ବିରୋଧରେ ଏହିଭଳି ପଦକ୍ଷେପ ନେଇଛି। ଏହା ପୂର୍ବରୁ ଟ୍ୱିଟର କଙ୍ଗନାଙ୍କ ଭଉଣୀ ରଙ୍ଗୋଲିଙ୍କ ଆକାଉଣ୍ଟ ମଧ୍ୟ ବ୍ୟାନ୍ କରିସାରିଛି। ଏହାପରେ ଟ୍ୱିଟରର ସ୍ବଦେଶୀ ବିକଳ୍ପ 'କୁ'ର ଫାଉଣ୍ଡର ଏକ ପୋଷ୍ଟ କରି ବଲିଉଡ କ୍ୱିନ କଙ୍ଗନାଙ୍କୁ ସ୍ୱାଗତ କରିଛନ୍ତି। 'କୁ'ର ସିଇଓ ଓ ସହ-ସଂସ୍ଥାପକ ଅପ୍ରମେୟ ରାଧାକୃଷ୍ଣନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜରିଆରେ କଙ୍ଗନାଙ୍କ Koo ପୋଷ୍ଟର ସ୍କ୍ରିନସଟ୍ ସେୟାର କରିଛନ୍ତି। ସ୍କ୍ରିନସଟ୍ ସେୟାର କରି ଅପ୍ରମେୟ କଙ୍ଗନାଙ୍କୁ ସ୍ୱାଗତ ଜଣାଇଛନ୍ତି।

ବାସ୍ତବରେ କଙ୍ଗନାଙ୍କ ଏହି ପୋଷ୍ଟ କିଛି ଦିନ ପୁରୁଣା। ଟ୍ୱିଟର୍ କଙ୍ଗନାଙ୍କୁ ବ୍ୟାନ କରିବା ପରେ ଅପ୍ରମେୟ ଏହି ସ୍କ୍ରିନସଟ୍ ସେୟାର କରିଛନ୍ତି। ସ୍କ୍ରିନସଟ୍ ସେୟାର କରି ଅପ୍ରମେୟ ଲେଖିଛନ୍ତି, 'ଏହା କଙ୍ଗନାଙ୍କ ପ୍ରଥମ 'କୁ' ପୋଷ୍ଟ। 'କୁ' ଆପକୁ ସେ ନିଜ ଘର ଭଳି ଓ ଅନ୍ୟ ସବୁକୁ ଭଡା ବୋଲି କହିଛନ୍ତି, ଯାହା ବିଲକୁଲ ଠିକ୍।'

କଙ୍ଗନା ରଣାୱତ ଟ୍ୱିଟର ସହ କୁ ଆପରେ ମଧ୍ୟ ଆକ୍ଟିଭ ଥିଲେ। ବର୍ତ୍ତମାନ କଙ୍ଗନାଙ୍କ ପ୍ରଶଂସକ ଏହା ଜାଣି ଖୁସି ଯେ କଙ୍ଗନା କୁ ଆପ ଜରିଆରେ ତାଙ୍କ ସହ ଯୋଡି ହେବେ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କଙ୍ଗନାଙ୍କ ୪୫୦ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି। 'କୁ' ଲଞ୍ଚ ହେବାପରେ କଙ୍ଗନା ଏହି ଆପ ଜଏନ କରିଥିଲେ। ସେ ଏହି ଆପରେ ଅନେକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.