Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅନୀଲ ସାମଲଙ୍କୁ ଉତ୍ତରାଞ୍ଚଳ ଆରଡିସି(“ସମ୍ବଲପୁର) ଦାୟିତ୍ଵ
  • ||
  • ଫରେଷ୍ଟ ଗାର୍ଡଙ୍କୁ ୫ ବର୍ଷ ଜେଲ, ଫୁଲଵାଣୀ ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ
  • ||
  • ଗ୍ରାମୀଣ ଡାକସେବାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ, ପୋଷ୍ଟ ମାଷ୍ଟର ଗିରଫ
  • ||
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଦେଶରେ ବଢୁଛି ବାଘସଂଖ୍ୟା, ହେଲେ ଓଡିଶାରେ ସ୍ଥିତିକଣ ଜାଣନ୍ତୁ…

29/07/2019 at 6:42 PM

ଭୁବନେଶ୍ବରେ ୨୯|୭: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର । ଦେଶରେ ବଢିଲା ବାଘ ସଂଖ୍ୟା ।  ଆଜି ଅନ୍ତର୍ଜାତୀୟ ବାଘ ଦିବସ ଅବସରରେ ପ୍ରକାଶିତ ରିପୋର୍ଟରେ ଭାରତରେ ଏବେ ୨୯୬୭ ଟି ବାଘ ରହିଥିବା ଦର୍ଶାଯାଇଛି । ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ଥିବା ବେଳେ ଏହା ତଳକୁ କର୍ଣ୍ଣାଟକ ସ୍ଥାନ ରହିଛି । ଏହାକୁ ଦୃଷ୍ଟିରେ ରଖିଲେ ଓଡିଶାରେ ବାଘ ବଂଶକୁ ନେଇ ଆସିଥିବା ରିପୋର୍ଟ ଉତ୍ସାହଜନକ ନୁହେଁ ।… 

ବୃଦ୍ଧି ପାଇଛି ବାଘ ବଂଶ । ସରକାର ବାଘ ବଂଶ ବୃଦ୍ଧି ନେଇ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଭାରତୀୟ ବାଘ ଗଣନା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି । ଅନ୍ତର୍ଜାତୀୟ ବାଘ ଦିବସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ୨୯୬୭ଟି ବାଘ ରହିଛନ୍ତି ।

୨୦୧୪ରେ ଏହି ସଂଖ୍ୟା ୨୨୨୬ଟି ଥିଲା। ଗତ ୫ ବର୍ଷରେ ବାଘଙ୍କ ପାଇଁ ସୁରକ୍ଷିତ ଅଞ୍ଚଳ ସଂଖ୍ୟା ୬୯୨ରୁ ୮୬୦କୁ ବୃଦ୍ଧି ପାଇଛି। ୨୦୨୨ ସୁଦ୍ଧା ଦେଶରେ ଥିବା ବାଘଙ୍କ ସଂଖ୍ୟା ଦୁଇଗୁଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ଲକ୍ଷ୍ୟକୁ ୪ ବର୍ଷ ଆଗରୁ ହାସଲ କରିନେଇଥିବା ମୋଦି କହିଛନ୍ତି ।

ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ଟି , କର୍ଣ୍ଣାଟକରେ ୫୨୪ଟି ଓ ଉତ୍ତରାଖଣ୍ଡରେ ୪୪୨ଟି ବାଘ ରହିଛନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ ଓ ମିଜୋରାମରେ ବାଘଙ୍କ ସଂଖ୍ୟା ହ୍ରାସ ପାଇଛି ।

ଏସବୁ ଦୃଷ୍ଟିରୁ ଓଡ଼ିଶାର ବାଘ ବଂଶ ବୃଦ୍ଧି ନେଇ ରିପୋର୍ଟ ଉତ୍ସାହ ଜନକ ନୁହେଁ | ୨୦୧୪ ରେ ବାଘ ସଂଖ୍ୟା ୨୮ ଥିବା ବେଳେ ଏବେ ମଧ୍ୟ ଓଡ଼ିଶାରେ ୨୮ଟି ବାଘ ଥିବା ରିପୋର୍ଟରେ କୁହାଯାଇଛି ।

ସେପଟେ ଅନଗୁଳ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ଯେଉଁ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ଯୋଜନା ହୋଇଥିଲା ତାହା ଏକପ୍ରକାର ଫେଲ ମାରିଛି । ୨୦୦୫ ରେ କେବଳ ସାତକୋଶିଆରେ ୧୮ ବାଘ ଥିବା ବେଳେ ୨୦୧୪ ବେଳକୁ ଏହା ୨କୁ ଖସିଆସିଥିଲା ।

୨୦୧୮ରେ ଏଠାରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଦୁଇ ବାଘ ବାଘୁଣୀ ମହାବୀର ଆଉ ସୁନ୍ଦରୀକୁ ଅଣାଯାଇଥିବା ବେଳେ ମହାବୀରର ମୃତ୍ୟୁ ହୋଇସାରିଛି ।  ଆଉ ସୁନ୍ଦରୀକୁ ଏନ୍‌କ୍ଲୋଜର ଭିତରେ ରଖାଯାଇଛି ।

ରାଜ୍ୟ ସରକାର ବାଘୁଣୀ ସୁନ୍ଦରୀକୁ ମହାନଦୀ ଡିଭିଜନକୁ ନେବେ ବୋଲି ସ୍ଥିର କରଛନ୍ତି। ଏଥସହ ଏନକ୍ଲୋଜରକୁ ବଢାଇବାକୁ ବି ଯୋଜନା ହୋଇଛି । ହେଲେ ଏଥିପାଇଁ ଅର୍ଥ ର ଆବଶ୍ୟକତା ଥିବାସାତକୋଶିଆ DFO କହିଛନ୍ତି।

ଆଉ କିଛି ବାଘ ବାଘୁଣୀକୁ ଆଣି ପୁଣି ସାତକୋଶିଆରେ ବାଘବଂଶ ବିସ୍ତାର ଯୋଜନାରେ NTCA ଚିନ୍ତା କରୁଛି। ତେବେ ବାଘଙ୍କ ସୁରକ୍ଷା ପାଇଁ ଆହୁରି ଅନେକ କିଛି ପଦକ୍ଷେପ ନିଆଗଲେ ବାଘ ବଂଶ ବୁଦ୍ଧି ପାଇବ ବୋଲି ଆଶା କରାଯାଉଛି ।

   Related Posts