ବୋଝ ଉପରେ ଲଳିତା ବିଡା : ଚାଷ ଉଜାଡି ଦେଇଥିଲା ଫନି, ହାତ ବାନ୍ଧି ଦେଲା ଲକ୍‌ଡାଉନ୍ ଆଉ ଏବେ ଅମ୍ଫାନ୍ ଦେଇଗଲା ଚିନ୍ତା

Published By : Prameya-News7 Bureau | May 24, 2020 IST

କୋଣାର୍କ ୨୪।୦୫ : ଚାଷ କାର୍ଯ୍ୟ ଦେଶର ଆର୍ଥିକ ମେରୁଦଣ୍ଡ ବୋଲି କୁହାଯାଇଥାଏ। କିନ୍ତୁ ଅନେକ ସମୟରେ  ବିଭିନ୍ନ ପ୍ରକୃତିକୁ ବିପର୍ଯ୍ୟୟ ଭାଙ୍ଗି ଦେଉଛି ଚାଷୀ ର ଜୀବିକା। ଯେଉଁଥି ପାଇଁ ଜୀଵନ ଓ ଜୀବିକା ମଧ୍ୟରେ ସଂଘର୍ଷ କରୁଛି ଚାଷୀ । ନିକଟରେ ଘଟିଥିବା ବାତ୍ୟା ଅମ୍ପନ ଉଜାଡ଼ି ଦେଇଛି କାକଟପୁର ବ୍ଳକର  ଅନେକ ପାନ ଫସଲ । ପ୍ରଥମେ ଫନିର ମାଡ଼ ସହି ମୁଣ୍ଡ ଉଠାଇ ଥିବା ପାନ ଚାଷୀ କରୋନା ଭାଇରସ ଯୋଗୁଁ ହୋଇଥିବା ଲକଡାଉନ ଫଳରେ ଫସଲ ବିକ୍ରି ନକରିପାରି ବସି ରହିଥିବା ବେଳେ ବୋଝ ଉପରେ ଲଳିତା ବିଡା ପରି ମାଡି ଆସିଲା ବାତ୍ୟା ଅମ୍ପନ।

{"id":275195,"sizeSlug":"large"}

ଯାହା ଏବେ ଉଜାଡ଼ି ଦେଇଛି ଶହ ଶହ ପାନ ଚାଷୀଙ୍କ ପରିଶ୍ରମର ଫଳ। ଫସଲ ନଷ୍ଟ ହୋଇଥିବା ଯୋଗୁଁ ବଜାରରେ ଏହାର ଚାହିଦା ମଧ୍ୟ କମିଯାଇଛି। ଯେଉଁଥି ପାଇଁ ପାନ ବିକ୍ରି ମଧ୍ୟ ହୋଇପାରୁନାହିଁ । ଫସଲ ବିକ୍ରି ନହେବାରୁ କାକଟପୁର, ଅସ୍ତରଙ୍ଗ, ନୂଆହାଟ, କୁଣ୍ଢେଇ ହାଟ ଓ ଗୋପର ଅନେକ ଚାଷୀ ମୁଣ୍ଡ ରେ ହାତ ଦେଇ ବସି ରହିଛନ୍ତି । ସରକାରଙ୍କ ଅନୁକମ୍ପା ମିଳିନଥିବାରୁ ଦୁର୍ଦ୍ଦିନରେ କଟୁଛି ଶହ ଶହ ପାନ ଚାଷୀ ଙ୍କ ଜୀଵନ। ସରକାରୀ ସହାୟତାକୁ ଅପେକ୍ଷା କରି ରହିଥିବା ଚାଷୀ କିପରି ଜୀଵନ ଅତିବାହିତ କରୁଛନ୍ତି । ତାହା ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରିପାରୁନାହିଁ। ସେପଟେ ଫସଲ ବର୍ଷା ପବନ ମାଡ଼ ଖାଇ ନଷ୍ଟ ହୋଇଯିବାରୁ ଓ ବଜାରରେ ବିକ୍ରି ନହେବାରୁ ଆଗାମୀ ଦିନରେ କିପରି ବଞ୍ଚିବେ ଓ ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚାଷୀର ମନରେ ଦ୍ଵନ୍ଦ ଉପୁଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.