ଭୁଶୁଡିପଡିବ କୋଣାର୍କ ମନ୍ଦିର ! ପରୀକ୍ଷା ପାଇଁ ଗଲା ମନ୍ଦିର ଭିତରେ ଭର୍ତ୍ତି ହୋଇଥିବା ବାଲି

Published By : Prameya-News7 Bureau | September 04, 2019 IST

ଭୁବନେଶ୍ବର୪|୯; ପୁଣି ବଢ଼ିଲା କୋଣାର୍କ ମନ୍ଦିରର ସୁରକ୍ଷା ଚିନ୍ତା ।କୋଣାର୍କ ମନ୍ଦିର କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି । ମନ୍ଦିରର ଲୁହା ଭାରା ଦୁର୍ବଳ ହୋଇପଡ଼ିଥିବା ବେଳେ ଏହା ଉପରେ ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ ପାଇଛି ।ଏହାରି ଭିତରେ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞ ମାନେ କୋଣାର୍କ ମନ୍ଦିରରର ସ୍ଥିତି ଅନୁଧ୍ୟାନ କରିବା ସହିତ ଲୁହା ପାଇପକୁ କାଢ଼ି ଆଠଟି ଷ୍ଟିଲ୍‌ ବିମ୍‌ ମନ୍ଦିର ଚାରିପାଖରେ ଲଗାଯିବ ବୋଲି କହିଛନ୍ତି ।…

{"id":153093}

କୋଣାର୍କ ମନ୍ଦିରର ସ୍ଥାୟୀତ୍ବ ନେଇ ପୁଣି ଆରମ୍ଭ ହୋଇଛି ବିତର୍କ ।  କୋଣାର୍କ ମନ୍ଦିରରୁ ବାଲି କଢାଯିବ କି ନାହିଁ, କୋର୍ଣାକ ମନ୍ଦିର ପଥର ନଖସିବା ପାଇଁ ଭାରା ଦିଆଯାଇଥିବା ଲୁହା ପାଇପ ହଟାଯିବ କି ନାହିଁ ତାକୁ ନେଇ ବର୍ଷ ବର୍ଷ ଧରି ଯେଉଁ ଅଛିଣ୍ଡା ଅଙ୍କ ରହିଛି ତା ଉପରେ ପୁଣି ଆରମ୍ଭ ହେବ ମାନସ ମନ୍ଥନ।  

{"id":153094}

ମାସେ ଭିତରେ ଏଏସ୍‌ଆଇ, ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧିକାରୀଙ୍କୁ ଡାକି ରାଜ୍ୟ ପର୍ଯ୍ୟଟନ ବିଭାଗ ଏହା ଉପରେ ଆଲୋଚନା କରିବ। ଗତକାଲି ତିନି ଜଣିଆ ଟିମ୍‌ କୋଣାର୍କ  ଅନୁଧ୍ୟାନ କରି ଫେରିବା ପରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

{"id":153095}

କୁହାଯାଉଛି ମନ୍ଦିରକୁ ସୁରକ୍ଷା ଦେବାପାଇଁ ଯେଉଁ ଲୁହାଭାରା ଦିଆଯାଇଛି ତାହା ଦୁର୍ବଳ ହୋଇପଡିଲାଣି।  ଏହା ସହିତ ବଜ୍ରପାତ ଭୟ ବି ରହୁଛି। ତେଣୁ ତୁରନ୍ତ ଏ ଦିଗରେ କିଛି ବିକଳ୍ପ ନିଷ୍ପତି ନେବା ପାଇଁ ଏଏସ୍‌ଆଇ ଓ ସେଣ୍ଟ୍ରାଲ ବିଲିଡଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଚିନ୍ତା କରୁଥିବା ନେଇ କୁହାଯାଉଛି।

{"id":153096}

କୋର୍ଣାକ ମନ୍ଦିରର ସ୍ଥାୟୀତ୍ବ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି। ଏଏସ୍‌ଆଇ କର୍ତ୍ତୃପକ୍ଷ ସେମାନଙ୍କ କାମରେ ଅବହେଳା କରୁଛନ୍ତି ବୋଲି ଅଭିଯୋଗ ହେବାପରେ ୨୦୧୪ରେ ମନ୍ଦିରର ସ୍ଥାୟୀତ୍ବ ନେଇ ସେଣ୍ଟ୍ରାଲ ବିଲିଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଲେଜର୍‌ ସ୍କାନିଂ କରିଛି। ହାଇକୋର୍ଟରେ ଏନେଇ ମାମଲ ଦାୟର ହେବା ପରେ କୋର୍ଟ ମଧ୍ୟ ଆମିକସ୍‌ କ୍ୟୁରି ନିଯୁକ୍ତ କରିଛନ୍ତି।

{"id":153097}

ସବୁ ପରେ ବି ମନ୍ଦିର କେତେ ସୁରକ୍ଷିତ ତାହା କେବଳ ଏଏସ୍‌ଆଇ ଏବଂ ସେଣ୍ଟ୍ରାଲ ବିଲିଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ କହିବା ଉପରେ ନିର୍ଭର କରୁଥିବାରୁ ଏବେ ମନ୍ଦିର ସ୍ଥାୟିତ୍ବ ନେଇ ସେମାନଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କଣ ତାକୁ ଅପେକ୍ଷା କରାଯାଇଛି।  

{"id":153098}

କୁହାଯାଉଛି ଗତକାଲି ମନ୍ଦିର ସ୍ଥାୟିତ୍ବ ତଦାରଖ ପାଇଁ ଯାଇଥିବା ଟିମ୍‌ ମନ୍ଦିରରୁ ବାଲି ପରୀକ୍ଷା ପାଇଁ ନେଇଛନ୍ତି। ମନ୍ଦିର ନଭୁଶୁଡିବା ପାଇଁ ଗର୍ଭଗୃହ ଭିତରେ ଭର୍ତ୍ତି ହୋଇଥିବା ବାଲି ରହିବ ନା କଢ଼ାଯିବ ତାହା ବାଲି ପରୀକ୍ଷା ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କୁହାଯାଉଛି।…

{"id":153099}

କୋଣାର୍କ ଓଡ଼ିଶାର ପରିଚୟ। ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ। ତେଣୁ କୋଣାର୍କ ସୁରକ୍ଷା ସମସ୍ତଙ୍କର ଦାୟିତ୍ବ। ସମୟେ ସମୟେ କୋଣାର୍କ ସୁରକ୍ଷା ନେଇ ଯେଉଁ ବିପରୀତ ତଥ୍ୟ ସାମ୍ନାକୁ ଆସୁଛି ସେଥିରୁ କେଉଁଟା ଠିକ କେଉଁଟା ଭୁଲ୍‌ ତାହା ସରକାର ସ୍ପଷ୍ଟ କରିବା ଦରକାର।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.