କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି

Published By : Prameya-News7 Bureau | August 08, 2018 IST

କୋଣ୍ଣାର୍କ ୮/୮ : କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି ପାଇଛି । ପୂର୍ବରୁ ଏଣ୍ଟ୍ରି ଫି ୩୦ ଟଙ୍କା ଥିବା ବେଳେ ଏବେ ତାହା ୪୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବିଦେଶୀ ପର୍ଯ୍ୟଟକ ଏବେ ୫୦୦ ଟଙ୍କା ବଦଳରେ ୬୦୦ ଟଙ୍କା ଦେବେ । ଆଜିଠାରୁ ଏହି ଦର ଲାଗୁ କରାଯାଇଛି । ଏ ନେଇ ସପ୍ତାହେ ତଳେ ବସିଥିବା ଜିଲ୍ଲା ପ୍ରଶାସନ ଓ ପ୍ରତ୍ନତତ୍ବ ବିଭାଗର ବୈଠକରେ ନିଷ୍ପତ୍ତି ହୋଇଥିଲା । ଆଜି ସକାଳୁ ନୂଆ ଦର ଅନୁଯାୟୀ ଟିକେଟ କରି ପର୍ଯ୍ୟଟକମାନେ ପ୍ରବେଶ କରିଛନ୍ତି । ତେବେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.