Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଲୁଚିଗଲା କୋଣାର୍କ ମନ୍ଦିର: ଇସ୍ପାତ ନଗରୀରେ ମଧ୍ୟ ଧୂଆଁମୟ ପରିବେଶ, ଏହା ଥିଲା କାରଣ

2/12/2019 at 7:02 PM

କୋଣାର୍କ/ରାଉରକେଲା୨/୧୨: ଶୀତର ଆସିଛି । ଶେଯରୁ ଉଠିଲା ବେଳକୁ ଚାରିଆଡ଼େ ଧୂଆଁ ଆଉ ଧୂଆଁ। ଚତୁର୍ଦ୍ଦିଗ କୁହୁଡ଼ିରେ ଆଚ୍ଛାଦିତ। ସୂର୍ଯ୍ୟମନ୍ଦିର ହେଉ କିମ୍ବା  ଇସ୍ପାତ ସହର ରାଉରକେଲା ସବୁଠି  ଘନ କୁହୁଡ଼ିର ଦେଖିବାକୁ ମିଳିଛି । କୁହୁଡ଼ିରେ ଆଚ୍ଛାଦିତ ସୂର୍ଯ୍ୟମନ୍ଦିର, ଘନ କୁହୁଡ଼ିର ଧଳା ଆବରଣ ତରେ ସତେ ଯେମିତି ଲୁଚି ଯାଇଛି କୋଣାର୍କର କଳାଭାସ୍କର୍ଯ୍ୟ ।

ଗତ କିଛି ଦିନ ହେଲା ସାରା ରାଜ୍ୟରେ ଲାଗି ରହିଛି ଘନ କୁହୁଡ଼ି । ପ୍ରବଳ କୁହୁଡ଼ି ପାଇଁ କୋଣାର୍କର କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ । ତଥାପି କମିନି ପର୍ଯ୍ୟଟକଙ୍କ ଗହଳି । ଚନ୍ଦ୍ରଭାଗାରେ ସୂର୍ଯ୍ୟଦ୍ବୟ କି କୋଣାର୍କକୁ ଆଖି ପୁରାଇ ଦେଖିପାରୁ ନାହାଁନ୍ତି, କିନ୍ତୁ ଶିତୁଆ ସକାଳରେ ମନ୍ଦିର ପରିସର ଆଉ ବେଳାଭୂମିରେ ଶୀତର ଭରପୁର ମଜା ନେଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ।

କେବଳ କୋଣାର୍କ କାହିଁକି ? ରାଜ୍ୟର ଦ୍ବିତୀୟ ସ୍ମାର୍ଟ ସିଟି ରାଉରକେଲାରେ ମଧ୍ୟ ରାଜ କରୁଛି କୁହୁଡ଼ି। ବଡ଼ି ଭୋରରୁ ସକାଳ ୯ଟା ପର୍ଯ୍ୟନ୍ତ  ଚାରିଆଡ଼ ଧୂଆଁ ଆଉ ଧୂଆଁ ମୟ ହୋଇ ରହୁଛି । ତଥାପି ଲୋକେ ସକାଳୁ ଉଠି ପ୍ରକୃତିର ଭିନ୍ନ ଏକ ରୂପକୁ ଉପଭୋଗ କରୁଛନ୍ତି । ବାହାରେ ବସି ଯୋଗ ପ୍ରାଣାୟମ କରିବା ସହିତ ମଣିଂୱାର୍କରେ ଯାଇ କୁହୁଡ଼ିର ମନୋରମ ଦୃଶ୍ୟ ଦେଖୁଛନ୍ତି ।ଶୀତୁଆ ସକାଳରେ ପ୍ରକୃତିର ଭିନ୍ନ ଏକ ରୂପ ଆଣି ଦେଇଛି କୁହୁଡ଼ି । ଘନ କୁହୁଡ଼ି ପାଇଁ କିଛି ମାତ୍ରାରେ ଲୋକେ ଅସୁବିଧା ଭୋଗ କରୁଛନ୍ତି । ତଥାପି ଶୀତଦିନେ କୁହୁଡ଼ି ଆବରଣ ବୋଳା ସକାଳର ଦୃଶ୍ୟ ବେଶ ରୋମାଞ୍ଚ ଭରା ହୋଇଥାଏ।

   Related Posts