Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ଠାରୁ ବନ୍ଦ ରହିବ କୋଣାର୍କ ମନ୍ଦିର

15/04/2021 at 10:27 PM

ଭୁବନେଶ୍ୱର, ୧୫/୪: ସାରା ଦେଶରେ କରୋନା ସଂକ୍ରମଣ ଅଣାୟତ ସ୍ଥିତିରେ ପହଞ୍ଚିଥିବା ବେଳେ ଏନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପ୍ରତ୍ନୋତତ୍ତ୍ୱ ବିଭାଗ ଏଏସ୍‌ଆଇ ) ଦ୍ବାରା ସଂରକ୍ଷିତ ସମସ୍ତ ସ୍ମାରକଗୁଡ଼ିକୁ ଆଗାମୀ ମେ ୧୫ ଯାଏ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଅନ୍ୟପଟେ ଓଡ଼ିଶାର ସୂର୍ଯ୍ୟ ମନ୍ଦିର ବା କୋଣାର୍କ ମନ୍ଦିର ଆସନ୍ତା କାଲିଠାରୁ ବନ୍ଦ ରହିବ ବୋଲି ସୂଚନା ମିଳିଛି ।  

କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ଟ୍ବିଟ୍‌ କରି ଲେଖିଛନ୍ତି, ‘କରୋନା ମହାମାରୀର ବର୍ତ୍ତମାନ ପ୍ରକୋପକୁ ନଜରରେ ରଖି ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରାଳୟ ଏଏସଆଇ ଦ୍ବାରା ସଂରକ୍ଷିତ ସମସ୍ତ ସ୍ମାରକଗୁଡ଼ିକୁ  ୧୫ ମେ’ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।’ 

   Related Posts