କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଚିନ୍ତା ; ବିଭିନ୍ନ ସମସ୍ୟା ନେଇ ମନ୍ଦିର ସାମ୍ନାରେ ଧାରଣା ଦେବ କୋଣାର୍କ ସୁରକ୍ଷା ସମିତି

Published By : Prameya-News7 Bureau | November 17, 2018 IST

ପୁରୀ ୧୭|୧୧: କେ।ଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଚିନ୍ତା । ମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ କେ।ଣାର୍କ ସୁରକ୍ଷା ସମିତି ସଦସ୍ୟ ମନ୍ଦିର ସାମ୍ନାରେ ଧାରଣା ଦେବେ । ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥାର ଅବହେଳା ବିରୋଧରେ ପ୍ରତିବାଦ କରାଯାଉଛି । ମନ୍ଦିରର କାରୁକାର୍ଯ୍ୟପୁର୍ଣ୍ଣ ମୂର୍ତ୍ତିକୁ ଅପସାରିତ କରାଯାଇ ସାଦା ପଥର ଲଗାଯାଇଥିବା, ସଂରକ୍ଷଣ ଓ ମରାମତି ନାମରେ ମନ୍ଦିରକୁ ଲୁହାଶିକୁଳିରେ ବାନ୍ଧି ରଖାଯାଇଥିବା, ଦୁଇ ଦଶନ୍ଧି ଧରି ମନ୍ଦିରକୁ ପ୍ରତି ଶନିବାର ପ୍ରବେଶ ଶୁଳ୍କ ଛାଡ଼ ଦାବି ଏଏସ୍ ଆଇ କର୍ତ୍ତୃପକ୍ଷ ଗ୍ରହଣ କରୁନଥିବା ପ୍ରସଙ୍ଗକୁ ନେଇ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.