ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର

Published By : Prameya-News7 Bureau | September 01, 2020 IST

କୋଣାର୍କ ୧।୯: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ଏଏସଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । କରୋନା ସଂକ୍ରମଣ ଯୋଗୁଁ ଲାଗୁ ହୋଇଥିବା କଟକଣାକୁ ନେଇ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା । ମାର୍ଚ୍ଚ ୧୬ ତାରିଖରୁ ସୂର୍ଯ୍ୟ ମନ୍ଦିରକୁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଥିଲା ।

{"id":323263,"sizeSlug":"large"}

ମଙ୍ଗଳବାର ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ଗେଟ୍ ଖୋଲାଯାଇଛି । ଦିନକୁ ଅଢେଇ ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ପରିଦର୍ଶନ କରିବେ ବୋଲି ଅନୁମତି ମିଳିଛି ।

{"id":323264,"sizeSlug":"large"}

ତେବେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ବ ପାଳନ କରିବା ଉପରେ ଗୁରୁତ୍ବ ଦିଆଯିବ । କିଭଳି ପର୍ଯ୍ୟଟକମାନେ ଏହାକୁ ପାଳନ କରିବେ ତା ଉପରେ ବିଶେଷ ଧ୍ୟାନ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.