Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ବିପଦରେ କୋଣାର୍କ: ଏଏସଆଇ କାଢି ନେଉଛି କାରୁକାର୍ଯ୍ୟପୂର୍ଣ୍ଣ ପଥର, ଥାନାରେ ମାମଲା ରୁଜ୍ଜୁ

10/11/2018 at 4:58 PM

ଭୁବନେଶ୍ବର ୧୦|୧୧: ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସାଧା ପଥର ଲଗାଯିବା ନେଇ ବଢୁଛି ଅସନ୍ତୋଷ। ମନ୍ଦିରର କାରୁକାର୍ଯ୍ୟ ସଙ୍କଟରେ ଥିବା ଅଭିଯୋଗ କରି ଏବଂ ଏଏସ୍‌ଆଇ କର୍ମଚାରୀଙ୍କ କାର୍ଯ୍ୟକଳାପ ନେଇ କୋଣାର୍କ ଥାନାରେ ଏତଲା ଦେଇଛି କୋଣାର୍କ ସୁରକ୍ଷା ସମିତି। ସେହିପରି ଭୁବନେଶ୍ବରର ପ୍ରସିଦ୍ଧ ଯମେଶ୍ବର ମନ୍ଦିରରେ ମଧ୍ୟ ସୂକ୍ଷ୍ମ କାରୁକାର୍ଯ୍ୟକୁ କାଢ଼ି ନେଇ ସାଧା ପଥର ଖଞ୍ଜା ଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଲେଣି।

ପଥର ଦେହରେ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ବିଶ୍ବ ପ୍ରସିଦ୍ଧ, କୋଣାର୍କ ସୂର୍ଯ୍ୟ ମନ୍ଦିର। ହେଲେ ଆଜି ବିପଦରେ ବ୍ଲାକ୍ ପାଗୋଡ଼ାର ସେଇ କାରୁକାର୍ଯ୍ୟ । ପୂର୍ବରୁ ତ ସମୟ ସ୍ରୋତରେ ମୁଖ୍ୟ ମନ୍ଦିର ମାଟିରେ ମିଶିଯାଇଛି, ମୁଖଶାଳା ସମେତ ଆଉ ଯାହାକିଛି ରହିଯାଇଥିଲା, ସେଥିରୁ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥର ଚୋରି ହେବାରେ ଲାଗିଛି। ଯେଉଁ ସ୍ଥାନରୁ କାରୁକାର୍ଯ୍ୟ ପୂର୍ଣ୍ଣ ପଥର କାଢ଼ିନିଆଯାଉଛି, ସେହି ସ୍ଥାନରେ ଲଗାଯାଉଛି ସାଧା ପଥର। ଏସବୁ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ, ଏଏସ୍‌ଆଇକୁ ଦାୟୀ କରିଛି କୋଣାର୍କ ସୁରକ୍ଷା ସମିତି । ଏନେଇ କୋଣାର୍କ ଥାନାରେ ଏତେଲା ଦେଇଛି କୋଣାର୍କ ସୁରକ୍ଷା ମଞ୍ଚ। ଏଏସ୍‌ଆଇ ପକ୍ଷରୁ ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ ଆସନ୍ତା ୧୭ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି କୋଣାର୍କ ସୁରକ୍ଷା ସମିତି।..

ଗୋଟିଏ କି ଦୁଇଟି ନୁହେଁ ମୁଖଶାଳାର ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ବଦଳରେ ସାଧା ପଥର ଲଗାଇଛି ASI । ଏହାକୁ ଦେଖିବା ପରେ ପର୍ଯ୍ୟଟକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।…

୧୯୩୯ ମସିହାରୁ ଏଏସ୍‌ଆଇ କୋଣାର୍କ ମନ୍ଦିରକୁ ନିଜ ହାତକୁ ନେଇଛି। ତେବେ ମନ୍ଦିରର ସ୍ଥିତି ଉଦ୍‌ବେଗଜନକ ହୋଇ ପଡୁଥିବାରୁ ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଦାବି ହେଉଛି । କେବଳ କୋଣାର୍କ ନୁହେଁ,  ପୁରୁଣା ଭୁବନେଶ୍ବରରେ ଥିବା ପ୍ରସିଦ୍ଧ ଯମେଶ୍ବର ମନ୍ଦିରର ଅବସ୍ଥା ମଧ୍ୟ ସମାନ। ସୂକ୍ଷ୍ମ କାରିଗରୀରେ ପୂର୍ଣ୍ଣ ଏହି ମନ୍ଦିରରେ ଧଳା ପଥରର ପ୍ୟାଚ୍ ଦିଆଯାଇଛି।  ସେହିଭଳି ମୁକ୍ତେଶ୍ବର ମନ୍ଦିର । ମନ୍ଦିର ତୋରଣରୁ କିଛି ଅଂଶ ଭାଙ୍ଗି ଗଲାଣି। ବର୍ଷା ହେଲେ ମନ୍ଦିରରେ ପଶୁଛି ପାଣି । ଏହାପ୍ରତି ମଧ୍ୟ ଏଏସଆଇର ନିଘା ନାହିଁ ।

କୋଣାର୍କ ଏବଂ ଭୁବନେଶ୍ବରର ବିଭିନ୍ନ ମନ୍ଦିର ସମ୍ପର୍କରେ ଆମେ ଏଏସ୍‌ଆଇର ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲୁ, ହେଲେ କର୍ତ୍ତୃପକ୍ଷ ଧରାଛୁଆଁ ଦେଉନାହାଁନ୍ତି।…

   Related Posts