Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କୋଣାର୍କ ସଂରକ୍ଷଣ ବିବାଦ : ଏଏସଆଇ ବନାମ ରାଜ୍ୟ ସରକାର, କିଏ ଉତ୍ତରଦାୟୀ ?

12/11/2018 at 6:46 PM

ଭୁବନେଶ୍ବର ୧୨|୧୧:  କୋଣାର୍କ ଦୁରାବସ୍ଥା ପାଇଁ କିଏ ଦାୟୀ ? ସରକାର ନା ପ୍ରତ୍ନତତ୍ତ୍ବ ବିଭାଗ ? ପଥର ବଦଳ ଘଟଣା ପରେ ଆଉ ଏକ ଅବହେଳା ସାମ୍ନାକୁ ଆସିଛି । ମନ୍ଦିର ପରିସରରେ ଖରା, ବର୍ଷା ଓ ଶୀତ, କାକାର ଖାଇ ଖତ ହେବାକୁ ବସିଲାଣି ବିରଳ ବିମ୍ । ସେସବୁ ବିମର ସୁରକ୍ଷା ନେଇ ପ୍ରତ୍ନତତ୍ତ୍ବ ବିଭାଗ ହାତ ଟେକି ଦେଉଥିବା ବେଳେ ସରକାର ଭାବୁଛନ୍ତି, ସତେ ଯେମିତି ତାଙ୍କର କିଛି ଦାୟିତ୍ବ ନାହିଁ ।

ପଦାରେ ପଡ଼ିଛି ବିରଳ ଲୁହା ବିମ୍ । ଖତ ଖାଉଛି ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା ବେଳର ଲୁହା ବିମ୍ । ଉତ୍କଳର ଉତ୍କର୍ଷତା ଏଭଳି ନଷ୍ଟ ହେଉଥିବା ବେଳେ ବେଫିକର ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ।   କୋଣାର୍କ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ପ୍ରଫେସର ଜି.ସି. ମିତ୍ର ଏଭଳି ସଂଗୀନ ଅଭିଯୋଗ ଆଣିବା ପରେ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା । ବର୍ଷ ବର୍ଷ ଧରି ଏମିତି ପଦାରେ ପଡ଼ି ଖରା, ବର୍ଷା, ଶୀତ, କାକର ଖାଇ ନଷ୍ଟ ହେବାକୁ ବସିଲାଣି ତ୍ରୟୋଦଶ ଶତାବ୍ଦୀର ଏହି ଲୁହା ବିମ୍ ଗୁଡ଼ିକ । କୋଣାର୍କ ମନ୍ଦିର ନିର୍ମାଣରେ ମୁଖ୍ୟ ଭୂମିକା ନିଭାଇଥିବା ଏସବୁ ବିମ୍, ୮ ଶହ ବର୍ଷ ତଳେ ଢେଙ୍କାନାଳର ଭୀମପୁର ଓ ନାଗେନା ଗାଁରୁ ସ୍ବତନ୍ତ୍ର ଭାବେ ତିଆରି ହୋଇ ଆସିଥିଲା । ୯ ଇଞ୍ଚରେ ୧୧ ଇଞ୍ଚର ଏହି ବିମ୍ ଗୁଡ଼ିକ ସାରା ବିଶ୍ବ ଲାଗି ଆଶ୍ଚର୍ଯ୍ୟ ସୃଷ୍ଟି କରିଥିଲା । କିନ୍ତୁ ଏବେ ସେସବୁ ଖୋଲା ଆକାଶ ତଳେ ପଡ଼ି ରହି ନଷ୍ଟ ହେବାକୁ ବସିଲାଣି । କେନ୍ଦ୍ର ସରକାର ସେଥିପ୍ରତି ଧ୍ୟାନ ଦେଉ ନଥିବା ବେଳେ  ପ୍ରତ୍ନତତ୍ତ୍ବ ବିଭାଗ ହାତ ଟେକି ଦେଉଛି ।

୧୬୨୭ ମସିହାରେ ମୁଖ୍ୟ ମନ୍ଦିର ଭାଙ୍ଗିଯିବା ପରେ ମୁଖଶାଳା ପୋତି ହୋଇ ଯାଇଥିଲା । ୧୮୮୧ରେ ବ୍ରିଟିଶ୍ ଗଭର୍ଣ୍ଣର୍ ଡେଲ୍ ହାଉସୀ ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦେଇଥିଲେ । ପରେ ୧୯୦୩ରୁ ୧୯୧୦ ମଧ୍ୟରେ ପୁନରୁଦ୍ଧାର କାମ ଶେଷ ହୋଇଥିଲା । ତେବେ ୧୯୩୯ରୁ ଏଏସଆଇ, କୋଣାର୍କ ମନ୍ଦିରର ଦାୟିତ୍ବ ନେବା ପରେ ଅବକ୍ଷୟ ଆରମ୍ଭ ହୋଇଛି । କୋଣାର୍କର କାରୁକାର୍ଯ୍ୟ ଏବଂ ସାମଗ୍ରୀକୁ ସଂରକ୍ଷଣ କରିବାରେ ଏଏସଆଇ ବିଫଳ ହୋଇଥିବା ଅଭିଯୋଗ ହେଉଛି ।

 

   Related Posts