କୋଣାର୍କ ଷ୍ଟେଟ୍ ବ୍ୟାଙ୍କ୍ ସିଲ୍, ମ୍ୟାନେଜରଙ୍କ ସହ ୨ କର୍ମଚାରୀ କରୋନା ସଂକ୍ରମିତ

Published By : Prameya-News7 Bureau | April 26, 2021 IST

କୋଣାର୍କ ୨୬।୪: ଗୋପ ଷ୍ଟେଟ୍ ବ୍ୟାଙ୍କ ପରେ କୋଣାର୍କ ଷ୍ଟେଟ୍ ବ୍ୟାଙ୍କ ସିଲ୍।  କୋଣାର୍କ ଶାଖା ପରିଚାଳକ ଓ ଦୁଇ ଜଣ କର୍ମଚାରୀ  କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ, ଷ୍ଟେଟ୍ ବ୍ୟାଙ୍କକୁ ସିଲ୍ କଲା କୋଣାର୍କ ପୋଲିସ ।  କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ଆଣ୍ଟିଜେନ୍ ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଛି ।  ମ୍ୟାନେଜର ଓ ଦୁଇ କର୍ମଚାରୀଙ୍କୁ କରୋନା ଜଣାଯିବା ପରେ ବ୍ୟାଙ୍କରେ ଥିବା ସମସ୍ତ କର୍ମଚାରୀଙ୍କୁ ବାହାର କରାଯାଇ ସାନିଟାଇଜ କରିବା ସହ ଦୈନଦିନ ବ୍ୟାଙ୍କକୁ ଆସୁଥିବା ଗ୍ରାହକମାନଙ୍କୁ ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଏହାକୁ ଦେଖି କାନାରା ବ୍ୟାଙ୍କ ଅଧିକାରୀ ସହ କର୍ମଚାରୀ ଭୟରେ ଆସୁନଥିବାରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉନଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଶନିବାର ଓ ରବିବାର ସଟ୍ ଡାଉନ ପରେ ଷ୍ଟେଟ ବ୍ୟାଙ୍କ ଓ କାନାରା ବ୍ୟାଙ୍କ ବନ୍ଦକୁ ନେଇ ସାଧାରଣତଃ ଲୋକମାନେ ଟଙ୍କା ନେବାରୁ ବଞ୍ଚିତ ହେଉଛନ୍ତି। ଏହାର ସମାଧାନ ପାଇଁ କୋଣାର୍କ ଜନସାଧାରଣଙ୍କ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.