କୋଣାର୍କ-ପୁରୀ-କାକଟପୁର-ଗୋପ ରାସ୍ତା ବନ୍ଦ

Published By : Prameya-News7 Bureau | August 11, 2018 IST

କୋଣାର୍କ ୧୧/୮ : କୋଣାର୍କ ବନ୍ଦ କରିଛି ସ୍ଥାନୀୟ ଭୁସୁରକ୍ଷା କମିଟି । ସ୍ଥାୟୀ ଜମି ପଟ୍ଟା ଦାବିରେ ୧୦ଟି ଗାଁର ଲୋକ ରାସ୍ତାରୋକ କରିଛନ୍ତି । ଫଳରେ କୋଣାର୍କ-ପୁରୀ, କୋଣାର୍କ-କାକଟପୁର ଏବଂ କୋଣାର୍କ-ଗୋପ ରାସ୍ତାରେ ଯାତାୟତ ବନ୍ଦ ହୋଇ ଯାଇଛି । ପର୍ଯ୍ୟଟକମାନେ କୋଣାର୍କ ସୂର୍ଯ୍ୟମନ୍ଦିର ଆସି ପାରୁନାହାନ୍ତି । କୋଣାର୍କକୁ ସଂଯୋଗ ହେଇଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦେଇଛନ୍ତି ୧୦ଟି ଗାଁର ଲୋକ | ରାସ୍ତାରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି | ଘଟଣାସ୍ଥଳରେ ପୋଲିସ ମଧ୍ୟ ଉପସ୍ଥିତ ରହିଛି | ତେବେ ରାସ୍ତା ଅବରୋଧ ଯୋଗୁଁ ପର୍ଯ୍ୟଟକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.