ବିଧାନସଭା ଶୀତ ଅଧିବେଶନ : ବିଧାନସଭାରେ ଉଠିଲା କୋଣାର୍କ ଏବଂ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗ

Published By : Prameya-News7 Bureau | November 24, 2018 IST

ଭୁବନେଶ୍ବର ୨୪|୧୧:  ବିଧାନସଭାରେ ଉଠିଲା କୋଣାର୍କ ପ୍ରସଙ୍ଗ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ଦଳ ନେତା କେ.ଭି. ସିଂଦେଓ କୋଣାର୍କ ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଉଠାଇଛନ୍ତି । ଅର୍କକ୍ଷେତ୍ର କୋଣାର୍କର ସ୍ଥିତି ଦୁର୍ବଳ । ଯେକୌଣସି ମୁହୁର୍ତ୍ତରେ ଏହା ଭୁଶୁଡିବା ଆଶଙ୍କା ରହିଛି । ରୁରକୀ ଇଞ୍ଜିନିୟରିଂ କଲେଜର ଏକ ଟିମ୍ ଏହି ରିପୋର୍ଟ ଦେଇଛନ୍ତି । କୋଣାର୍କ ରକ୍ଷଣାବେକ୍ଷଣା କରିବାରେ ବିଫଳ ହୋଇଛି କେନ୍ଦ୍ର ସରକାର । ରାଜ୍ୟ ସରକାର ବି କମ୍ ଦାୟୀ ନୁହନ୍ତି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ବିଧାନସଭାରେ ଏନେଇ ସରକାର ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ନେତା ଦାବି କରିଛନ୍ତି । ସେପଟେ କୋଣାର୍କର ସ୍ଥିତି ଓ ସୁରକ୍ଷା ସମ୍ପର୍କରେ ଯେତେ ରିପୋର୍ଟ ପ୍ରସ୍ତୁତ ହୋଇଛି ତାକୁ ବିଧାନସଭାରେ ଉପସ୍ଥାପନ କରିବାକୁ ବିଜେପି ବିଧାୟକ ଦଳ ନେତା ଦାବି କରିଛନ୍ତି । ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଉଭୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କେ.ଭି. ସିଂଦେଓ ଦାବି କରିଛନ୍ତି । ଯଶୱନ୍ତ ସିଂ କମିଶନଙ୍କ ସୁପାରିଶ ଅନୁଯାୟୀ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବାକୁ ଉଭୟ ଗୃହରେ ଦାବି ଉପସ୍ଥାପନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.