ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ ; ସେପଟେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ

Published By : Prameya-News7 Bureau | November 30, 2018 IST

କୋଣାର୍କ ୩୦|୧୧:  କାଲିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । ଏହା ସହ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି l ବିଶ୍ଵକପ୍ ହକିକୁ ଆଧାର କରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ  ଅର୍କ କ୍ଷେତ୍ରକୁ ନବବଧୂ ପରି ସଜାଯାଇଛି l ମୁକ୍ତାକାଶ ରଙ୍ଗମଞ୍ଚରେ ଦେଶ ବିଦେଶରୁ ବହୁ ସଂଖ୍ୟକ କଳାକାର ଯୋଗଦେଇ ସେମାନଙ୍କ କଳାକୃତ୍ତି ପ୍ରଦର୍ଶନ କରିବେ । ସେହିପରି  ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତିକ ବାଲୁକା କଳା ଅନୁଷ୍ଠିତ ହେବ l ଏଥିରେ ଭାରତ ସମେତ ବିଦେଶର  ବହୁ ବାଲୁକା ଶିଳ୍ପୀ ମାନେ ଯୋଗଦେବେ l  ଆସନ୍ତା ୫ ଦିନ ଧରି ଚାଲିବାକୁ ଥିବା କୋଣାର୍କ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.