ଆଜିଠୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ; ସେପଟେ ଆନ୍ତର୍ଜାତିକ ବାଲୁକା କଳା

Published By : Prameya-News7 Bureau | December 01, 2018 IST

କୋଣାର୍କ ୦୧|୧୨: ଆଜିଠୁ କୋଣାର୍କ ମହୋତ୍ସବ ଏବଂ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଆରମ୍ଭ । ରାଜ୍ୟ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ଏହାକୁ ଆୟୋଜନ କରିଛି । ଓଡ଼ିଶାରେ ହକି ବିଶ୍ଵ କପକୁ ଆଖି ଆଗରେ ରଖି ଅର୍କକ୍ଷେତ୍ରକୁ ନବ ବଧୂ ପରି ସଜା ଯାଇଛି । ପ୍ରଥମ ସନ୍ଧ୍ୟାରେ ଓଡିଶୀ ଓ ଭାରତନାଟ୍ୟମ ଘୁଙ୍ଗୁରର ତାଳେ ତାଳେ କମ୍ପି ଉଠିବ  ରଙ୍ଗମଞ୍ଚ l ସେହିପରି ଚନ୍ଦ୍ରଭାଗା କୂଳରେ ହେବ ଆନ୍ତର୍ଜାତିକ ବାଲୁକା କଳା l ଏଥିରେ ଭାରତ ସମେତ ଶ୍ରୀଲଙ୍କା, ଜର୍ମାନୀ, ସିଙ୍ଗାପୁର, ମେଁସ୍କିକୋ, ଘାନା, ଫ୍ରlନ୍ସ,ସ୍ପେନ ଓ ରୁଷିଆର ବାଲୁକା ଶିଳ୍ପୀ ମାନେ ଭାଗ ନେଇଛନ୍ତି । ଶିଳ୍ପୀ ମାନେ ବାଲୁକାକଳା ମାଧ୍ୟମରେ ହକି ବିଶ୍ଵକପକୁ ଆଖି ଆଗରେ ରଖି ଦେଶ ବିଦେଶର ଦର୍ଶକଙ୍କୁ ଆକୃଷ୍ଟ କରିବେ l  କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ ଲାଗିଲାଣି । ସୁରକ୍ଷା ପାଇଁ ୮ପ୍ଲାଟୁନ ପୋଲିସ ଫୋର୍ସ, ୧୨ଜଣ ଅଫିସର ତଥା ଅଗ୍ନିଶମ ବିଭାଗକୁ ଆର୍ଲଟ ରଖାଯାଇଛି  l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.