Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

IPL ୨୦୨୧ : ୧୨୩ ରନରେ ସୀମିତ ରହିଲା ପଞ୍ଜାବ କିଙ୍ଗସ୍‌, ନିରାଶ କଲେ ମିଡିଲ ଅର୍ଡର

26/04/2021 at 9:16 PM

ଅହମ୍ମଦାବାଦ ୨୬/୦୪ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସd ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଜାରି ରହିଛି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ୍ ହରାଇ ମାତ୍ର ୧୨୩ ରନ ସଂଗ୍ରହ କରିଛି ପଞ୍ଜାବ । କୋଲକାତା ବୋଲରଙ୍କୁ ସାମ୍ନା କରିନପାରି କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ ହରାଇ ଚାଲଥିଲା । କୋଲକାତାକୁ ଜିତିବାକୁ ହେଲେ ୧୨୪ ରନ ସଂଗ୍ରହ କରିବାକୁ ହେବ ।

ପଞ୍ଜାବ କିଙ୍ଗସ୍ ପକ୍ଷରୁ ଓପନିଂ ଆସିଥିବା ଅଧିନାୟକ ଲୋକେସ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଭଲ ଆରମ୍ଭ କରିଥିଲେ ସୁଦ୍ଧା ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନମାନେ ନିରାଶ କରିଥିଲେ । ରାହୁଲ ବ୍ୟକ୍ତିଗତ ୧୯ ଏବଂ ମୟଙ୍କ ଅଗ୍ରୟାଲ ୩୧ ରନ କରି ଆଉଟ ହୋଇଛନ୍ତି । ଦୀପକ ହୁଡା ୧, କ୍ରିସ ଗେଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ନିକୋଲାସ ପୁରନ ୧୯, ହେନେରିକ୍ସ ୨, ଶାହାରୁଖ ଖାନ ୧୩ ରନ, ରବି ବିଷ୍ଣୋୟୀ ୧ କରି ଆଉଟ ହୋଇଛନ୍ତି । କ୍ରିସ ଜୋର୍ଡନ୍‌ ଶେଷରେ ବିସ୍ଫୋରକ ଇନିଂସ ଖେଳିଛନ୍ତି ଜୋର୍ଡନ୍‌ ବ୍ୟକ୍ତିଗତ ଭାବେ ୩ ଛକା ଏବଂ ଗୋଟିଏ ଚୌକା ସହାୟତାରେ ୩୦ ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ସାମୀ ୧, ଅର୍ଷଦୀପ ସିଂହ ୧ ରନ କରି ଅପରାଜିତ ଅଛନ୍ତି ।

କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୪ ଓଭରରେ ୩୦ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ଶିଭମ ମାଭି ୪ ଓଭରରେ ୧୩ ରନ ୧ ଓ୍ବିକେଟ୍‌, ପାଟ୍‌ କମିନ୍ସ ୩ ଓଭରରେ ୩୧ ରନ ୨ ଓ୍ବିକେଟ୍‌, ସୁନୀଲ ନାରାୟଣ ୪ ଓଭରରେ ୨୨ ରନ ୨ ଓ୍ବିକେଟ୍‌, ରସେଲ ୧ ଓଭରରେ ୨ ରନ ଏବଂ ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୪ ରନ ଦେଇ ଗୋଟିଏ ଓ୍ବିକେଟ୍ ହାସଲ କରିଛନ୍ତି ।

   Related Posts