Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : କୁଚବିହାର ଗୁଳିକାଣ୍ଡକୁ ନେଇ ବିଜେପି-ଟିଏମସି କାଦୁଅ ଫିଙ୍ଗା, ମମତାଙ୍କୁ ପ୍ରଶ୍ନ କଲେ ମୋଦୀ, ଶାହଙ୍କୁ ଟାର୍ଗେଟ୍ କଲେ ଦିଦି

10/04/2021 at 3:24 PM

କୋଲକାତା, ୧୦/୦୪: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଭୋଟରମାନେ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଉଛନ୍ତି । କିନ୍ତୁ କୁଚବିହାରରେ ବୁଥ୍ ବାହାରେ ଦେଖାଦେଇଛି ବ୍ୟାପକ ହିଂସାକାଣ୍ଡ । କିଛି ଉପଦ୍ରବକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ଯବାନଙ୍କ ଗୁଳିରେ ୪ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ବିଜେପି ଓ ଟିଏମସି ପରସ୍ପର ଉପରେ କାଦୁଅ ଫିଙ୍ଗିଛନ୍ତି। ଉଭୟ ପରସ୍ପର ଉପରେ ଦୋଷ ଲଦିଛନ୍ତି । ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଟିଏମସିକୁ ଟାର୍ଗେଟ୍ କରିଛନ୍ତି ।

ମମତା ବାନାର୍ଜୀ କହିଛନ୍ତି ଯେ, ଗୃହମନ୍ତ୍ରୀ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ପ୍ରଭାବିତ କରୁଛନ୍ତି । ଏନେଇ ପୂର୍ବରୁ ସେ କହି ଆସୁଛନ୍ତି । ଯାହା ଡର ଥିଲା ତାହା ସତ ସାବ୍ୟସ୍ତ ହୋଇଛି । ସୁରକ୍ଷାକର୍ମୀ ଶନିବାର ୪ଜଣଙ୍କୁ ମାରିଛନ୍ତି ।  ଲୋକମାନେ ଭୋଟିଂ ପାଇଁ ଲାଇନରେ ଛିଡା ହୋଇଥିଲେ । ବିଜେପି ନିର୍ବାଚନରେ ହାତି ସାରିଛି । ତେଣୁ ଲୋକଙ୍କ ପ୍ରତି ଏପରି ଆଚରଣ ପ୍ରଦର୍ଶନ କରୁଛି । ଏହାସହ ସେ ସମସ୍ତଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଛନ୍ତି ।

ମମତା ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଭୁଲ୍ କଣ ଥିଲା । ସମସ୍ତେ ବିଜେପିକୁ ଭୋଟ୍ ଦିଅନ୍ତୁ ବୋଲି ଭାରତୀୟ ଜନତା ପାର୍ଟି ଚାହୁଁଛି । କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ଭୋଟରଙ୍କୁ ଡରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବିରୋଧରେ ଭୋଟ୍ ଦେଇ ପ୍ରତିଶୋଧ ନେବାକୁ ହେବ । ଏହାସହ ସ୍ୱତନ୍ତ୍ର ପୋଲିସ ନୀରିକ୍ଷକଙ୍କୁ ମଧ୍ୟ ମମତା ପ୍ରଶ୍ନ କରିଛନ୍ତି ।

ସେପଟେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କୋଚବିହାରରେ ଯାହା ହେଲା ତାହା ଦୁର୍ଭାଗ୍ୟପୂର୍ଣ୍ଣ । ବିଜେପିର ସପକ୍ଷରେ ଜନସମର୍ଥନ ଦେଖି ଦିଦି ଓ ତାଙ୍କ ଗୁଣ୍ଡାକ ଉତ୍ପାତ ବଢିଚାଲିଛି । ଏହି ହିଂସା ଦିଦିଙ୍କୁ ରକ୍ଷା କରିପାରିବ ନାହିଁ । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛନ୍ତି ।

ସିଆରପିଏଫ ପକ୍ଷରୁ ବୟାନ ଜାରି କରାଯାଇ କୁହାଯାଇଛି ଯେ, ଯେଉଁ ବୁଥରେ ହିଂସାକାଣ୍ଡ ହୋଇଛି ସେଠାରେ କୌଣସି ଯବାନ ମୁତୟନ ନଥିଲେ । ଗୁଳିକାଣ୍ଡରେ ସିଆରପିଏଫର ସଂପୃକ୍ତି ନାହିଁ ବୋଲି ଏହି କେନ୍ଦ୍ରୀୟ ଫୋର୍ସ ସ୍ପଷ୍ଟିକରଣ ଦେଇଛି ।

   Related Posts