ମୃତବ୍ୟକ୍ତିଙ୍କ ସ୍ପର୍ମ ଉପରେ କେବଳ ପତ୍ନୀଙ୍କର ଅଧିକାର ଅଛି- କୋଲକାତା ହାଇକୋର୍ଟ

Published By : Prameya-News7 Bureau | January 22, 2021 IST

କୋଲକାତା ୨୨/୦୧ :  ମୃତ ବ୍ୟକ୍ତିଙ୍କ ଶୁକ୍ରାଣୁ ଉପରେ କେବଳ ବିଧବା ପତ୍ନୀଙ୍କ ହକ୍ ରହିଛି । ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି କୋକଲାତା ହାଇକୋର୍ଟ । ମୃତ ବ୍ୟକ୍ତିଙ୍କ ପିତା ପୁଅର ଶୁକ୍ରାଣୁକୁ ଦିଲ୍ଲୀ ସ୍ପର୍ମ ବ୍ୟାଙ୍କରେ ରଖିବାକୁ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରିଥିଲେ କୋଲକାତା ହାଇକୋର୍ଟ ।

ଏହାକୁ ନେଇ ମୃତ ବ୍ୟକ୍ତିଙ୍କ ପିତା ମାର୍ଚ୍ଚ ୨୦୨୦ରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ବୋହୂ ପୁଅର ଶୁକ୍ରାଣୁ ସ୍ପର୍ମ ବ୍ୟାଙ୍କରେ ରଖିବାକୁ ମନା କରୁଛି ।  କାରଣ ପିତା ସ୍ପର୍ମ ବ୍ୟାଙ୍କ୍ ସହ ପୂର୍ବରୁ ଏକ ଚୁକ୍ତି କରିଥିଲେ ।

ଜଷ୍ଟିସ୍ ସବ୍ୟସାଚୀ ଭଟ୍ଟାଚାର୍ଯ୍ୟ ଏହି ମାମଲାର ଶୁଣାଣି କରି ଏକ ୩ ପୃଷ୍ଠାର ନିର୍ଦ୍ଦେଶନାମା ଜାରି କରିଥିଲେ । ସେ କହିଥିଲେ ଯେସ ଆବେଦନକାରୀଙ୍କ ଏପରି କରିବା ପାଇଁ କୌଣସି ମୌଳିକ ଅଧିକାର ନାହିଁ । ଆବେଦନକାରୀ ହେଉଛନ୍ତି କେବଳ ମୃତକଙ୍କ ପିତା । ଯେଉଁ ଶୁକ୍ରାଣୁ ଦିଲ୍ଲୀର ସ୍ପର୍ମ ବ୍ୟାଙ୍କରେ ରହିଛି ତାହା ମୃତକଙ୍କର ଅଟେ । କେବଳ ତାଙ୍କ ପତ୍ନୀଙ୍କର ଏହା ଉପରେ ଅଧିକାର ରହିଛି ।

ମୃତକଙ୍କ ପିତା ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ପୁଅ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲେ । ଏହାପରେ ସେ ଥାଲାସେମିଆରେ ପୀଡିତ ହୋଇ ଦିଲ୍ଲୀର ଏ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୫ରେ ସେ ଦିଲ୍ଲୀର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ତେବେ ୨୦୧୮ରେ ଯୁବକଜଣଙ୍କ ହଠାତ ମୃତ୍ୟୁବରଣ କରିଥିଲେ । ଏହାପରେ ପୁଅର ପିତା ସ୍ପର୍ମ ବ୍ୟାଙ୍କକୁ ଚିଠି ଲେଖି ପୁଅର ଶୁକ୍ରାଣୁକୁ ନଷ୍ଟ ନହେବା ପାଇଁ କହିଥିଲେ । ଏହାପରେ ସ୍ପର୍ମ ବ୍ୟାଙ୍କ କର୍ତ୍ତୃପକ୍ଷ ୨୦୧୯ରେ ମୃତକଙ୍କ ପିତାଙ୍କୁ ଚିଠି ଲେଖି କହିଥିଲେ ଯେ, ଏହି ସ୍ପର୍ମକୁ ଆଉ କାହାର ଗର୍ଭଧାରଣା ପାଇଁ ବ୍ୟବହାର କରାଯିବ । ଏଥିପାଇଁ ମୃତକଙ୍କ ପତ୍ନୀଙ୍କ ଅନୁମତି ଦରକାର ।

ଏଥିପାଇଁ ପିତା ବୋହୂ ପାଖରୁ ଏନଓସି ଆଣିବାକୁ ଚାହିଁଥିଲେ । କିନ୍ତୁ ବୋହୂ ରାଜି ହୋଇନଥିଲା । ଏହାପରେ ମାମଲା କୋର୍ଟ ଯାଏଁ ଯାଇଥିଲା । ମୃତକଙ୍କ ପିତା କୋର୍ଟଙ୍କ ନିକଟରେ ବୋହୂକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.