Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପଶ୍ଚିମବଙ୍ଗରେ ସମୟ ପୂର୍ବରୁ ହେବ ବିଧାନସଭା ନିର୍ବାଚନ ! ବୋର୍ଡ ପରୀକ୍ଷା ପାଇଁ ନିଆଯାଇପାରେ ନିଷ୍ପତ୍ତି

23/01/2021 at 10:20 AM

କୋଲକାତା, ୨୩।୦୧ :  କୋଲକାତାରେ ୨୦ରୁ ୨୫ ଦିନ ପୂର୍ବରୁ ବିଧାନସଭା ନିର୍ବାଚନ ହୋଇପାରେ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନଜରର ରଖି ଏପରି କରାଯାଇପାରେ । ପରୀକ୍ଷାରେ ଯେପରି ସମସ୍ୟା ନ ଉପୁଜେ ତାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ଆୟୋଗ ତାରିଖ ଘୋଷଣା କରିପାରନ୍ତି । ମେ ୫ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇପାରେ । ବର୍ତ୍ତମାନ ସରକାରର କାର୍ଯ୍ୟକାଳ ମେ ୩୦ ଯାଏଁ ରହିଛି ।

ରାଜ୍ୟ ଶିକ୍ଷା ବିଭାଗର କହିବାନୁସାରେ, ଦଶମ ଓ ଦ୍ୱାଦଶ ପରୀକ୍ଷା ମେ ୪ରୁ ଜୁନ ୧୦ ଯାଏଁ ଅନୁଷ୍ଠିତ ହେବ । ତେବେ ସିବିଏସଇ ଏବେସୁଦ୍ଧା ପରୀକ୍ଷା ତାରିଖ ଘୋଷଣା କରିନାହିଁ ।

ନିକଟରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଆରୋରାଙ୍କ ସହ ସୁଶୀଲ ଚନ୍ଦ୍ରା ଓ ରାଜୀବ କୁମାର ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହାସହ ପଶ୍ଚିମବଙ୍ଗର ନିର୍ବାଚନ ଅଧିକାରୀ ସନ୍ଦୀପ ଜୈନଙ୍କ ସହ ଆଲୋଚନା କରିଥିଲେ ।

ସୂତ୍ରାନୁସାରେ, ରାଜ୍ୟରେ ୭ରୁ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ୨୦୧୬ରେ ୬ଟି ପର୍ଯ୍ୟାୟରେ ଭୋଟ୍ ହୋଇଥିଲା ।

   Related Posts