ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା କାର୍‌ : ପାଞ୍ଚ ମୃତ, ତିନି ଆହତ

Published By : Prameya-News7 Bureau | March 18, 2020 IST

କୋଲକାତା ୧୮।୦୩ : ସଡକ ଦୁର୍ଘଟଣାରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ କାଲିମ୍ପଙ୍ଗ ଜିଲ୍ଲାରେ ଘଟିଛି ସଡକ ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ତିନିଜଣଙ୍କୁ  ଉଦ୍ଧାର କରାଯାଇଛି । ସମସ୍ତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":240092,"sizeSlug":"large"}

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ କାଲିମ୍ପଙ୍ଗ ଜାତୀୟ ରାଜପଥ ୧୦ ନିକଟରେ ଥିବା ଲୋହପୁଲ ନିକଟରେ ଗାଡିଟି ଭାରସାମ୍ୟ ହରାଇ ୧୦୦ଫୁଟ ତଳକୁ ଖସିପଡିଥିଲା । ସୁମୋ ଏସୟୁଭି ଗାଡିଟି ୧୦୦ଫୁଟ ତଳକୁ ଖସିପଡିବାରୁ କାର୍‌ରେ ପାଞ୍ଚଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଏବଂ ଅନ୍ୟ ତିନିଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଖବର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ଉଦ୍ଧାରକାର୍ଯ୍ୟ କରିଥିଲେ । ସେପଟେ ମୃତକମାନେ ଓଡିଶାର ବୋଲି ଜଣାପଡିଛି । ଗୋଟିଏ ପରିବାର ଆଠ ଜଣ ସଦସ୍ୟ ତୀର୍ଥ ଯାତ୍ରାରେ ଗସ୍ତ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.