Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

କାଲି କୋଲକାତାରେ ମମତାଙ୍କ ବିଜେପି ବିରୋଧୀ ମହାରାଲି: ଯୋଗ ଦେବନି ବିଜେଡି, ଜାଣନ୍ତୁ କେଉଁମାନେ ଯୋଗଦେବେ ଆଉ କେଉଁମାନେ ଦେବେନି

18/01/2019 at 7:00 PM

କୋଲକାତାରେ ମମତା ବାନାର୍ଜୀ  ଆସନ୍ତାକାଲି ବିଜେପି ବିରୋଧୀ ଦଳକୁ ନେଇ ମହା ର୍ୟାଲିର ଆୟୋଜନ କରୁଛନ୍ତି। ଏଥିରେ ଯୋଗ ଦେବା ଲାଗି ବିଭିନ୍ନ ଆଞ୍ଚଳିକ ଦଳର ନେତାମାନେ କୋଲକାତାରେ ପହଞ୍ଚିସାରିଲେଣି। ତେବେ ରାହୁଲ କିମ୍ବା ସୋନିଆ ଏଥିରେ ସାମିଲ ହେବେନି। ତେବେ ବିଜେଡି କହିଛି ଆମକୁ କିଛି ଡାକରା ଆସିନି। …..

କୋଲକାତା ଗଡୁଛନ୍ତି ମୋଦି ବିରୋଧୀ ନେତାଏ। ଶରଦ ପାୱାର ପହଞ୍ଚିଲେଣି, ପହଞ୍ଚିଲେଣି ଏଚଡି ଦେବେଗୌଡ଼ା, ଗେଗଙ୍ଗ ଅପାଙ୍ଗ, ପଛପଛେ ଅନ୍ୟନେତାମାନେ ଆସୁଛନ୍ତି।

ଆଜି ହେବ ତୃଣମୂଳ ଭୋଜି କାଲି ମହାରାଲି। ମମତା ଡାକିଛନ୍ତି ମହାରାଲି। ମୋଦିଙ୍କ ବିରୋଧରେ ରଣ ହୁଂକାର । ପ୍ୟାରେଡ଼ ଗ୍ରାଉଣ୍ଡରେ ଏକାଠି ହେବେ ମୋଦିଙ୍କୁ ବିରୋଧ କରୁଥିବା ନେତାମାନେ। ରାଲି ପୂର୍ବରୁ ମମତା କିନ୍ତୁ ଚେତାଇ ଦେଇଛନ୍ତି ଆଗାମୀ ନିର୍ବାଚନରେ ବିଜେପି ୧୨୫ ଭିତରେ ଅଟକିବ।

ଆସନ୍ତୁ ନଜର ପକାଇବା ମମତାଙ୍କ ଏହି ମହାରାଲିରେ କେଉଁମାନେ ଯୋଗ ଦେଉଛନ୍ତି ଆଉ କେଉଁମାନେ ଯାଉନାହାନ୍ତି।

ଏନସିପି ମୁଖ୍ୟ ଶରଦ ପାୱାର, ଡିଏମକେ ମୁଖ୍ୟ ଏମ. କେ. ଷ୍ଟାଲିନ, ଜନତା ଦଳ ସିକୁଲାର ମୁଖ୍ୟ ଏଚଡି ଦେବେ ଗୌଡ଼ା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆମ୍‌ ଆଦ୍‌ମି ପାର୍ଟି ମୁଖ୍ୟ- ଅରବିନ୍ଦ କେଜରିୱାଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଟିଡିପି ମୁଖ୍ୟ-ଏନ ଚନ୍ଦ୍ରବାବୁ ନାଇଡୁ, ସେହିପରି ମୋଦିଙ୍କ ବିରୋଧୀ ଭାବେ ଜଣା ଶତ୍ରୁଘ୍ନ ସିହ୍ନା ମଧ୍ୟ ଏଥିରେ ସାମିଲ ହେଉଛନ୍ତି।

ତେବେ କେଉଁମାନେ ଯୋଗ ଦେଉନାହାନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କିମ୍ବା ସୋନିଆ ଗାନ୍ଧି ଏଥିରେ ଯୋଗ ଦେଉନାହାନ୍ତି। ବରଂ ଚିଠି ଲେଖି ତାଙ୍କର ସମର୍ଥନ ଜଣାଇଛନ୍ତି।

ଅବଶ୍ୟ ଦଳ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଭିଷେକ ମନୁ ସିଂଘଭିଙ୍କୁ ପଠାଉଛି। ସେହିପରି ମାୟାବତୀ ଯାଉନାହାନ୍ତି ପ୍ରତିନିଧି ପଠାଉଛନ୍ତି। ଏମାନଙ୍କ ବ୍ୟତୀତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ୱାଇଏସଆର କଂଗ୍ରେସ ଜଗନମୋହନ ରେଡ୍ଡି  ଏଥିରେ ସାମିଲ ହେଉନାହାନ୍ତି।

ସେହିପରି ମମତାଙ୍କ ବିରୋଧୀ ବାମ ଦଳ ମଧ୍ୟ ଏଥିରେ ସାମିଲ ହେଉନାହାନ୍ତି।  ଏଣେ ବିଜେଡି କହିଛି ତାଙ୍କୁ ଏମିତି ରାଲିକୁ ଡାକରା ଆସିନି, ଯଦିଓ ନବୀନ ବହୁ ପୂର୍ବରୁ କହିସାରିଛନ୍ତି ଜାତୀୟ ସ୍ତରର କୌଣସି ମେଣ୍ଟରେ ତାଙ୍କର ଦଳ ସାମିଲ ହେବନି।

ମହାରାଲି ମାଧ୍ୟମରେ ମମତା ମଧ୍ୟ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାକୁ ପ୍ରୟାସ କରିଛନ୍ତି, ଯାହାକୁ ମାୟାବତୀ ପସନ୍ଦ କରୁନାହାନ୍ତି। ଏଣେ ଜାତୀୟ ରାଜନୀତି ପ୍ରତି କୁଣ୍ଠିତ ଥିବା ବିଜେଡି ଏସବୁରେ ମୁଣ୍ଡ ପୂରାଇବାକୁ ଚାହିଁନି।

   Related Posts