Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କୋଲକାତାରେ ଏବେ କରୋନା ଲକଡାଉନ ଉଲ୍ଲଂଘନକାରୀଙ୍କୁ ଜଗିବ ଡ୍ରୋନ

12/04/2020 at 4:34 PM

କୋଲକାତା ୧୨।୪:  କରୋନା ମହାମାରୀ ରୋକିବା ଲାଗି ସାରା ଦେଶରେ ୨୧ ଦିନିଆ ଲକଡାଉନ ଜାରି ହୋଇଛି। ତେବେ ସଂକ୍ରମଣ ଶୃଙ୍ଖଳ ରୋକିବା ଲାଗି ପଶ୍ଚିମବଙ୍ଗ ସରକାର ଲକଡାଉନ୍ ଅବଧି ସମ୍ପ୍ରସାରିତ କରିଛନ୍ତି । ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହି ସମୟରେ ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ଧରିବା ଲାଗି କୋଲକାତାରେ ପୋଲିସ ଡ୍ରୋନ ମୁତୟନକରିବ ବୋଲି ଜୋଣାପଡିଛି।

ଲାଲବଜାର ପୋଲିସ ଏ ନେଇ ସୂଚନା ଦେଇଥିବା ବେଳେ ଉତ୍ତର କୋଲକାତାର ଶ୍ୟାମ ବାଜାର, ପାଟୁଳି, ପଞ୍ଚସାୟର ଓ ହାତୀ ବାଗାନ ଅଞ୍ଚଳରେ ଡ୍ରୋନ ଜରିଆରେ ଲୋକଙ୍କୁ ଜଗା ଯିବ ବୋଲି କୁହାଯାଇଛି। ରାଜଧାନୀର ସହରାଞ୍ଚଳର ବିଭିନ୍ନ ହାଟ ବଜାରରେ ପ୍ରାୟତଃ ଜନଗହଳି ରହୁଛି। ଏତେ ସଂଖ୍ୟକ ଲୋକଙ୍କୁ ନିୟନ୍ତ୍ରିତ କରିବା ଲାଗି ପୋଲିସର ଲୋକ ବଳ ନଥିବା ବେଳେ ସବୁ ବେଳେ ପାଟ୍ରୋଲିଂ କରିବା ମଧ୍ୟ ସମ୍ଭବ ନୁହେଁ। ଏଣୁଏଭଳି ପରିସ୍ଥିତିରେ ପୋଲିସ ଏବେ ଡ୍ରୋନର ସହାୟତା ନେବ ବୋଲି ଜଣାପଡିଛି।

ତେବେ ଡ୍ରୋନ ଅତ୍ୟନ୍ତ ଉତ୍କଟ ସମୟରେ ବ୍ୟବହାର ହେବ। ଯେଉଁ ସବୁ ସ୍ଥାନରେ ସଟ୍ ଡାଉନ୍ ଜାରି ହେବ କେବଳ ସେହି ସବୁ ସ୍ଥାନରେ ହିଁ ଡ୍ରୋନକୁ ମୁତୟନ କରାଯିବ। ସଟ୍ ଡାଉନ ସମୟରେ ଲୋକଙ୍କୁ ଘରର କବାଟ ପଛରେ ରହିବାକୁ କୁହାଯାଏ। ତେବେ ଲୋକେ ଆଇନ ଅବମାନନା କରି ରାସ୍ତାକୁ ଉଠିଲେ ଡ୍ରୋନ ଫଟୋ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବ।

ଦିନକ ପରେ ପଶ୍ଚିମବଙ୍ଗରେ ପଇଲା ବୈଶାଖ। ଏଣୁ ଲୋକେ ଉତ୍ସବ ପାଳନ ଲାଗି ରାସ୍ତାକୁ ଓହ୍ଲାଇ ଆସିବାର ଆଶଙ୍କା କରାଯାଉଛି। ଏଣୁ ପୋଲିସ ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହ ସାମାଜିକ ଦୂରତା ପାଳନ ଲାଗି ନିବେଦନ କରୁଛି। ଏହା ସତ୍ତ୍ୱେ ଯେଉଁଠି  ଆଇନର ଖୋଲା ଉଲ୍ଲଂଘନ ହେବ ସେଠାରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସ୍ପେଶିଆଲ ବ୍ରାଞ୍ଚ ଅଧିକାରୀ ନିଲ ଷଷ୍ଠୀ।

   Related Posts