ସାରଦା ଚିଟ ଫଣ୍ଡ ମାମଲା : କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ବଦଳି

Published By : Prameya-News7 Bureau | February 18, 2019 IST

କୋଲକାତା ୧୮/୨ : ଗତ କିଛି ହେଲା ଚର୍ଚ୍ଚାରେ ରହିଥିଲେ କୋଲକାତା ପୋଲିସ କମିଶନର ରାଜୀବ କୁମାର | ସାରଦା ଚିଟ ଫଣ୍ଡ ମାମଲାର ତଦନ୍ତ ବେଳେ ମମତା ବାନାର୍ଜୀଙ୍କ ଘରେ ଚଢ଼ାଉ ବେଳେ ମମତା ବାନାର୍ଜୀଙ୍କୁ ସୁରକ୍ଷା ଦେଇ ବିବାଦୀୟ ହୋଇପଡିଥିଲେ ରାଜୀବ କୁମାର | ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗର CID ବିଭାଗକୁ ବଦଳି କରି ଦିଆଯାଇଛି |

{"id":86388}


ରାଜୀବ କୁମାର ଗତ ୩ ବର୍ଷ ହେଲା କୋଲକାତା ପୋଲିସ କମିଶନର ଭାବେ କାର୍ଯ୍ୟରତ ଥିଲେ | ଲୋକସଭା ନିର୍ବାଚନ ପୂର୍ବରୁ ରାଜୀବ କୁମାରଙ୍କୁ ବଦଳି କରାଯାଇଛି | ରାଜୀବ କୁମାରଙ୍କୁ CID ର ଅତିରିକ୍ତ ଡିଜି ଭାବେ ନିୟୋଜିତ କରାଯାଇଛି | ସୂଚନାଯୋଗ୍ୟ ଯେ, କୋଲକାତା ପୋଲିସ କମିଶନର ସ୍ଥରରେ ଅଦଳବଦଳ କରାଯାଇଛି | ଆଜି କୋଲକାତାର ନୂଆ ପୋଲିସ କମିଶନର ଚୟନ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.