କୋଲକାତାରେ ଭୁସୁଡ଼ିଲା ଫ୍ଲାଏ ଓଭର ; ୫ ମୃତ, ୬ ଗୁରୁତର
4/09/2018 at 6:02 PM

କୋଲକାତା ୪/୯ : ଦକ୍ଷିଣ କୋଲକାତାର ମେଜରହାଟ ଅଂଚଳରେ ଆଜି ଏକ ପୋଲର କିଛି ଅଂଶ ଭୁଶୁଡି ପଡିଛି | ଫ୍ଲାଏ ଓଭର ଭୁଶୁଡି ଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହେବା ସହ ବହୁ କାର ପୋଲ ତଳେ ଦାବି ରହିଛି | ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛି |