Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର

23/09/2021 at 11:01 PM

ଆବୁଧାବି ୨୩/୦୯: ଗୁରୁବାର ଆବୁଧାବିର ଶେଖ ଜୟଦ ଷ୍ଟାଡିୟମରେ କେକେଆର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ହୋଇଛି। ଆଜିର ଏହି ଆଇପିଏଲ ମ୍ୟାଚ୍‌ରେ କମାଲ କରିଛନ୍ତି ରାହୁଲ ତ୍ରିପାଠୀ ଏବଂ ଭେଙ୍କଟେଶ ଆୟର।  ଉଭୟଙ୍କ ଦମଦାର ଅର୍ଦ୍ଧଶତକ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ସହଜ ବିଜୟ ଆଣିଦେଇଛି। ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଓ୍ବିକେଟରେ ହରାଇଛି କେକେଆର। ଆୟର ୫୩ ରନ୍‌ କରି ଆଉଟ ହୋଇଥିବା ବେଳେ ତ୍ରିପାଠୀ ୪୨ ବଲ୍‌ରେ ୭୪ ରନ୍‌ କରି ଅପରାଜିତ ଅଛନ୍ତି। ୧୫.୧ ଓଭରରେ ୩ ଓ୍ବିକେଟ ହରାଇ ୧୫୯ ରନ୍‌ ସଂଗ୍ରହ କିରିବା ସହ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇଛି।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା KKR। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୫ ରନ କରିଥିଲା । କ୍ବିଣ୍ଟନ୍‌ ଡି’ କକ୍‌ଙ୍କ ଅର୍ଦ୍ଧଶତକ ଏବଂ ଅଧିନାୟକ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିଥିଲେ ।

ଓପନର ରୋହିତ ଶର୍ମା ଏବଂ କ୍ବିଣ୍ଟନ୍‌ ଡି’ କକ୍‌ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିପାରି ନଥିଲା ମୁମ୍ବାଇ । ରୋହିତ ଶର୍ମା ୩୩ ରନ କରି ଆଉଟ ହୋଇଥିବା ବେଳେ ଡି କକ୍ ୪୨ ବଲ ଖେଳି ୪ ଚୌକା ଏବଂ ୩ ଝକା ବଳରେ ୫୫ରନ କରି ଆଉଟ ହୋଇଥିଲେ । ସେହିଭଳି ସୂର୍ଯ୍ୟକୁମାର ଯାଦବ ୫ରନ, ଇଶାନ୍‌ କିଷାନ୍‌ ୧୪ ରନ କରି ଆଉଟ ହୋଇଥିଲେ । କିରଣ ପୋଲାର୍ଡ ୨୧ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୧୨ ରନ କରି ଆଉଟ ହୋଇଥିଲେ । ସୌରଭ ତିଓ୍ବାରୀ ୫ ରନ ଏବଂ ଆଡାମ୍‌ ମିଲ୍‌ନେ ୧ ରନ କରି ଅପରାଜିତ ଥିଲେ ।

କୋଲକାତା ନାଇଟ୍‌ ରାଇଡର୍ସ ସ୍ପିନର୍‌ ମାନେ କମାଲ କରିଥିଲେ । ବରୁଣ ଚ୍ରକବର୍ତ୍ତୀ ଏବଂ ସୁନୀଲ ନରୀନ୍‌ ଚମତ୍କାର ବୋଲିଂ କରିଥିଲେ । ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୨ ରନ ଦେଇଥିବା ବେଳେ ସୁନୀଲ ନରୀନ୍‌ ୪ ଓଭରରେ ୨୦ ରନ ୧ ଓ୍ବିକେଟ୍‌, ପ୍ରସିଦ୍ଧ କ୍ରିଷ୍ଣା ୪ ଓଭରରେ ୪୩ ରନ ୨ ଓ୍ବିକେଟ, ଆନ୍ଦେ୍ର ରସେଲ ୩ ଓଭରରେ ୩୭ ରନ ଏବଂ ନୀତିଶ୍‌ ରାଣା ୧ ଓଭରରେ ୫ ରନ ଦେଇଥିବା ବେଳେ ଲୁକି ଫର୍ଗ୍ୟୁସନ୍‌ ୪ ଓଭରରେ ୨୭ ରନ ଦେଇ ୨ ଓ୍ବିକେଟ ନେଇଥିଲେ ।  

   Related Posts