ସଂଘର୍ଷପୂର୍ଣ୍ଣ ଏଲିମିନେଟରରେ ବାଜି ମାରିଲା କୋଲକାତା, ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ଆରସିବିର ବିଦାୟ

Published By : Prameya-News7 Bureau | October 11, 2021 IST

ସାରଜା ୧୧।୧୦: ଆଇପିଏଲ ୨୦୨୧ର ଏଲିମିନେଟର ରୋମାଞ୍ଚକର ମୁକାବିଲାରେ ବାଜି ମାରିନେଲା କୋଲକାତା ନାଇଟ୍ ରାଇଡର୍ସ। ସଂଘର୍ଷ କରି ନିରାଶ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।  ସୁନିଲ ନାରିନେଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ କୋଲକାତା ୪ ଓ୍ଵିକେଟ୍‌ରେ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବିଜୟ ସହ କୋଲକାତା କ୍ଵାଲିଫାୟର-୨ରେ ପହଞ୍ଚି ଥିବା ବେଳେ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ବେଙ୍ଗାଲୁରୁ। ଏଥିସହ ବିରାଟ କୋହଲିଙ୍କ ଆରସିବିର ଅଧିନାୟକ ଭାବେ ଖେଳର ପୂର୍ଣ୍ଣଛେଦ ପଡିଛି। ସୁନିଲ ନାରିନେ ବୋଲିଂରେ ୪ ଓ୍ଵିକେଟ୍ ନେବା ସହ ୨୬ ରନ କରି ଦଳକୁ ବିଜୟୀ କରାଇଛନ୍ତି। ଏବେ ଦ୍ଵିତୀୟ କ୍ଵାଲିଫାୟରରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ଏହି ମୁକାବିଲା ସେପ୍ଟେମ୍ବର ୧୩ରେ ଖେଳାଯିବ।

ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୮ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୩୯ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବଦତ୍ତ ପାଡିକଲ ୨୧, ମ୍ୟାକ୍ସଓ୍ଵେଲ ୧୫, ଏବି ଡିଭିଲିୟର୍ସ ୧୧, ଶାହାବାଜ ଅହମ୍ମଦ ୧୩ ରନ କରିଥିଲେ। କୋଲକାତା ପକ୍ଷରୁ ସୁନିଲ ନାରିନେ ୨୧ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ।  ଜବାବରେ ବ୍ୟାଟସମ୍ୟାନଙ୍କ ମିଳିତ ଯୋଗଦାନରେ କୋଲକାତା ୧୯.୪ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ  ହାସଲ କରି ନେଇଛି। ଦଳ ପକ୍ଷରୁ ସୁନିଲ ନାରିନେ ୨୬ ରନ କରିଥିଲେ। ଶୁଭମାନ ଗିଲ୍ ୨୯, ଭେଙ୍କଟେଶ ଆୟର ୨୬, ନୀତିଶ ରାଣା ୨୩ ରନ କରିଥିଲେ। ସାକିକ ଉଲ ହାସନ ୯ ରନ ଏବଂ ମୋର୍ଗାନ ୫ ରନରେ ଅପରାଜିତ ଥିଲେ। ଆରସିବି ପକ୍ଷରୁ ୟୁଜବେନ୍ଦ୍ର ଚହଲ ୧୬ ରନ ଦେଇ ୨ ଓ୍ଵିକେଟ୍, ମହମ୍ମଦ ସିରାଜ ୧୯ ରନ ଦେଇ ଦୁଇ ଏବଂ ହର୍ଷଳ ପଟେଲ୍ ୨ ଓ୍ଵିକେଟ୍ ନେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.