ଦୀର୍ଘ ୫ ବର୍ଷ ଏବଂ ୬୯ଟି ମ୍ୟାଚ୍ ପରେ ପ୍ରଥମ ଥର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ

Published By : Prameya-News7 Bureau | October 07, 2020 IST

ଆବୁଧାବି ୦୭।୧୦: କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୧ ତମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଦିନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୋଲକାତା ନାଇଟ୍ ରାଇଡର୍ସ ଦୀର୍ଘ ପାଞ୍ଚ ବର୍ଷ ପରେ ପ୍ରଥମ ଥର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଦଳ ଅନେକ ଥର ଟସ୍‌ ଜିତିଛି ହେଲେ ପ୍ରତି ଥର ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଅଧିନାୟକ ଦିନେଶ କାର୍ତ୍ତିକ ଚଳିତ ଆଇପିଏଲର ୨୧ ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୫ ବର୍ଷ ପରେ ଏବଂ ୬୯ଟି ମ୍ୟାଚ୍‌ ପରେ କୋଲକାତା ପ୍ରଥମ ଥର ଟସ୍ ଜିତି ଆଗେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ଆଇପିଏଲରେ ଏ ପର୍ଯ୍ୟନ୍ତ ୧୮୨ଟି ମ୍ୟାଚ୍ ଖେଳି ୯୨ଟିରେ ବିଜୟୀ ହୋଇଛି। ଦେଖିବା ବାକି ରହିଲା ଅଧିନାୟକ କାର୍ତ୍ତିକଙ୍କ ଏହି ନିଷ୍ପତ୍ତି ଦଳ ପାଇଁ କେତେ ଫଳ ପ୍ରଦ ହେଉଛି। ଏହା ପୂର୍ବରୁ ପ୍ରଥମେ ବୋଲିଂ ନିଷ୍ପତ୍ତି ରଣନୀତି ଦଳକୁ ସଫଳତା ଦେଇ ଆସିଥିଲା।

wp:html /wp:html

ଆଜି କୋଲକାତା ନାଇଟ୍ ରାଇଡର୍ସ ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନଥିବା ବେଳେ ଚେନ୍ନାଇ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ଦଳ ପିୟୂଷ ଚାଓ୍ଵାଲାଙ୍କ ସ୍ଥାନରେ କର୍ଣ୍ଣ ଶର୍ମାଙ୍କୁ ସୁଯୋଗ ଦିଆଯାଇଛି। ଦୁଇ ଦଳ ଏହି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଉପରକୁ ଉଠିବାକୁ ଚେଷ୍ଟା କରିବେ। ଆଇପିଏଲରେ ଦୁଇ ଦଳ ମଧ୍ୟରେ ୨୦ଟି ମୁକାବିଲା ହୋଇଛି। ଏଥିରୁ ଚେନ୍ନାଇ ୧୩ଟି ମ୍ୟାଚ୍‌ ଜିତିଥିବା ବେଳେ କୋଲକାତା ୭ଟିରେ ବିଜୟୀ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.