ଜୟ-ବୀରୁଙ୍କ ପାଖରୁ ହ୍ୟାରି ପୋର୍ଟର ସମସ୍ତେ ପିନ୍ଧିଛନ୍ତି ମାସ୍କ, ଚର୍ଚ୍ଚାରେ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ
16/01/2021 at 5:53 PM

କୋଲକାତା ୧୬/୦୧: ଚଳିତବର୍ଷ ଜାନୁଆରୀ ୮ରୁ କୋଲକାତାରେ ଆରମ୍ଭ ହୋଇଥିବା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବ ୧୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିଥିଲା। ଆୟୋଜକମାନେ ଦେଶ ଓ ବିଦେଶ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ସମୟରେ ମହୋତ୍ସବରେ ଲାଗିଥିବା ବିଭିନ୍ନ ଫିଲ୍ମ ପୋଷ୍ଟର ମଧ୍ୟ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା। ଫିଲ୍ମ ମହୋତ୍ସବକୁ ବୁଲି ଆସିଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ପ୍ରେରିତ କରିବାକୁ ସେଠାରେ ଲାଗିଥିବା ପୋଷ୍ଟର୍ସରେ ଷ୍ଟାରମାନେ ମାସ୍କ ପିନ୍ଧିଥିବା ଦେଖିବାକୁ ମିିଳିଥିଲା ।
କ୍ଲାସିକ୍ ଫିଲ୍ମ ‘ଶୋଲେ’ର ଜୟ-ବୀରୁ ହୁଅନ୍ତୁ କିମ୍ବା ହ୍ୟାରୀ ପୋର୍ଟର ଜାଦୁଗର ହ୍ୟାରୀ ସମସ୍ତେ ମାସ୍କ ଲଗାଇଥିଲେ। ଦେଖନ୍ତୁ କମେିତି ସବୁ ପୋଷ୍ଟରରେ ସମସ୍ତ ଷ୍ଟାର କିଭଳି ମାସ୍କ ପିନ୍ଧିଛନ୍ତି।
ୟେ ମାସ୍କ ହମ୍ ନେହିଁ ଛୋଡ଼େଙ୍ଗେ

ମାସ୍କରେ ହ୍ୟାରି ପୋର୍ଟରର ସ୍ବାଗ

ଗଡ୍ଫାଦର ବି ମାସ୍କ ସହ

ଚାର୍ଲି ଚାପଲିନ୍ ବି ସଚେତନ

ଜୋକର ବି ମାସ୍କରେ ନଜର ଆସିଛନ୍ତି

ସତ୍ୟଜିତ ରାୟଙ୍କ ବିନା କୋଲକାତା ଅଧୁରା ଓ ମାସ୍କ ବିନା ସବୁକିଛି ଅଧୁରା
