Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତାବିତ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା କଲିକତା ହାଇକୋର୍ଟ , ବିଜେପିକୁ ଲାଗିଲା ଝଟକା

6/12/2018 at 9:38 PM

ପଶ୍ଚିମବଙ୍ଗ;୦୬/୧୨-ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତାବିତ ରଥଯାତ୍ରାକୁ କଲିକତା ହାଇକୋର୍ଟଙ୍କ ନା । ସାମ୍ପ୍ରଦାୟିକ ଦଙ୍ଗା ହେବାର ଆଶଙ୍କା କରି ପଶ୍ଚିମବଙ୍ଗ ସରକାର ଅନୁମତି ନଦେବା ପରେ, କୋର୍ଟ ଏମିତି ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନକୁ ଆଖେଇଥିବା ବିଜେପିକୁ କୋର୍ଟଙ୍କ ନିର୍ଦେଶ ଦେଇଛି ବଡ଼ ଝଟକା ।

ପଶ୍ଚିମ ବଙ୍ଗରେ ବିଜେପିକୁ ଝଟକା । ରଥାଯାତ୍ରୀ ପାଇଁ ବିଜେପି କର୍ମୀ ଫୁଲ୍ ଦମରେ ପ୍ରସ୍ତୁତି ଚଳାଇଥିବାବେଳେ ଆଜି କୋଲକାତା ହାଇକୋର୍ଟ ଆଡୁ ଲାଗିଛି ଝଟକା ।  ହାଇକୋର୍ଟର ସିଙ୍ଗଲ ବେଞ୍ଚ ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୯ରେ ହେବ। ସେପର୍ଯ୍ୟନ୍ତ ବିଜେପିର ରଥଯାତ୍ର ପ୍ରସ୍ତାବ ସ୍ଥଗିତ ରହିଲା ବୋଲି କୋର୍ଟ କହିଛନ୍ତି।

କାଲିଠୁ ପଶ୍ଚିମ ବଙ୍ଗର କୁଚିବିହାରଠାରୁ  ବିଜେପି ରଥଯାତ୍ରା କରିବାକୁ ଘୋଷଣା କରିଥିଲା। ଗଣତନ୍ତ୍ର ବଞ୍ଚାଇବାକୁ  ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତିନିଟି ରାଲି କରିବାପାଇଁ ପ୍ରସ୍ତାବ ଦେଇଥିଲେ। ତେବେ କୁଚବିାହରରେ ରାଲି ଯୋଗୁ ସମ୍ପ୍ରଦାୟୀକ ଦଙ୍ଗା ପରିସ୍ଥିତି ଆଶଙ୍କା କରି ରାଲିକୁ ମନା କରିଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏନେଇ ରାଜ୍ୟର ଆଡଭୋକୋଟ ଜେନେରାଲ କିଶୋର ଦତ୍ତ ହାଇକୋର୍ଟଙ୍କୁ ଆଗରୁ ଅବଗତ କରାଇଥିଲେ। ରାଲି ପାଇଁ ଆଇନଶୃଙ୍ଖଳା ପରିସ୍ଥିତ ଆଶଙ୍କା କରି କୁଚବିହାର ଏସପି ଅନୁମତି ଦେବାକୁ ମନା କରିଛନ୍ତି ବୋଲି କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ ଜେନେରାଲ।

୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନକୁ ବିଜେପି ଆଖେଇଛି।ଏହି ଆସନ ଗୁଡିକରେ ବିଜେପି ଭୋଟରଙ୍କୁ ଆକର୍ଷିତ କରିବାପାଇଁ ତିନିଟି ରାଲିର ଆୟୋଜନ କରିଥିଲା। ତେବେ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ଅନୁମତି ନ ମିଳିବାରୁ ପଶ୍ଚିମବଙ୍ଗରେ ବିଜେପି ଚାଲକୁ ବଡ ଧକ୍କା ଲାଗିଛି ।

   Related Posts