Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଏବେ ମିଥୁନଙ୍କୁ ମହଙ୍ଗା ପଡୁଛି ତାଙ୍କ ଭାଷଣ! କହିଥିଲେ ‘ଆମି ଏକଟା କୋବ୍ରା’, ଭିଡିଓ କନଫେରନସିଂରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

12/06/2021 at 8:10 PM

କୋଲକାତା ୧୨।୬:  ବର୍ଷିଆନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କ ‘କୋବ୍ରା’ ସଂଳାପ ଲାଗି ଏବେ କୋର୍ଟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର କାଳରେ ମିଥୁନ୍‌ ବିଜେପି ପ୍ରଚାର ସଭାରେ ନିଜକୁ କୋବ୍ରା ଗୋଖର ବୋଲି କହିଥିଲେ। ତାଙ୍କର ଏପରି ଉତ୍ତେଜନାମୂଳକ ଭାଷଣକୁ ନେଇ କୋର୍ଟରେ ମୋକଦ୍ଦମା ରୁଜୁ ହୋଇଥିବା ବେଳେ କୋଲକାତା ହାଇକୋର୍ଟ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ତଦନ୍ତରେ ସହଯୋଗ କରିବା ଲାଗି କୋର୍ଟ ତାଙ୍କୁ ଭିଡିଓ କନଫରେନସିଂରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଏତଲା ଅନୁଯାୟୀ  ମିଥୁନଙ୍କ ଭାଷଣବାଜୀ ରାଜ୍ୟରେ ନିର୍ବାଚନୀ ପୂର୍ବ ହିଂସାର ସୂତ୍ରପାତ କରିଥିଲା। ମାମଲାରେ କୋର୍ଟ ମିଥୁନଙ୍କୁ ସମନ୍‌ କରିଥିବା ବେଳେ ଜୁନ ୧୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ତାଙ୍କ ଓକିଲଙ୍କୁ ମିଥୁନଙ୍କ ଇ-ମେଲ ମାଗିଛନ୍ତି କୋର୍ଟ। ଯାହା ଦ୍ୱାରା ମିଥୁନଙ୍କୁ ଭିଡିଓ କନଫରେନସିଂରେ ପଚରା ଉଚରା କରାଯାଇପାରିବ। 

ତେବେ ଏହା ପୂର୍ବରୁ ମିଥୁନ ଏକ ପିଟିସନରେ ନିର୍ବାଚନୀ ସଭାରେ ସେ ଯେଉଁ ଭାଷଣ ଦେଇଥିଲେ ତାର କୌଣସି ଶାବ୍ଦିକ ଅର୍ଥ ନଥିଲା ବୋଲି କହିଥିଲେ। ଏହାକୁ ସେ ମନୋରଞ୍ଜନ ଉଦ୍ଦେଶ୍ୟରେ କହିଥିଲେ ବୋଲି କୋର୍ଟଙ୍କୁ  ଜଣାଇଥିଲେ। ତେବେ ମାମଲାରେ ମାଣିକତାଲା ପୋଲିସ କରିଥିବା ଏତଲାରେ ମିଥୁନଙ୍କ ‘ମାରବୋ ଏଖାନେ ଲାସ ପୋଡବେ ସୋସାନେ’  ବିଧାନସଭା ନିର୍ବାଚନ ପୂର୍ବରୁ ହିଂସା ଲାଗି ମାର୍ଗ ପ୍ରଶସ୍ତ କରିଥିବାର ଅଭିଯୋଗ କରିଥିଲା।

ମିଥୁନ ଏହି ସବୁ ସଂଳାପ କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ କହିଥିଲେ। ଏହି ସଭାରେ ହିଁ ସେ ରାଜ୍ୟ ବିଜେପିରେ ଯୋଗ ଦେଇଥିଲେ। ତେବେ ଦଳରେ ଯୋଗ ଦେବା ପରେ ବି ପାର୍ଟି ତାଙ୍କୁ ପ୍ରାର୍ଥୀ କରିନଥିଲା। ହେଲେ  ଦଳ ଲାଗି ସେ ହାଇଭୋଲ୍ଟଜ୍  ନିର୍ବାଚନ ପ୍ରଚାର କରିଥିଲେ। ରାଜ୍ୟର ରାଜନୈତିକ ଉତ୍ତେଜନା କାଳରେ ତାଙ୍କ ପ୍ରଚାର ଆଇନଶୃଙ୍ଖଳା ଲାଗି ଚାଲେଞ୍ଜ ସୃଷ୍ଟି କରିଥିଲା। ମିଥୁନଙ୍କ ପ୍ରଚାର ରାଜ୍ୟରେ ବିଜେପି ଲାଗି ମଧ୍ୟ ଲାଭପ୍ରଦ ହୋଇନଥିଲା। ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ପରିସ୍ଥିତି ଆହୁରି ଜଟିଳ ହୋଇପଡିଥିଲା ବୋଲି ପୋଲିସ ଏତଲାରେ ଅଭିଯୋଗ କରିଛି ।  

   Related Posts