ମମତା ସରକାରଙ୍କୁ ଝଟକା : ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ହୋଇଥିବା ମାମଲାରେ ରୋକ ଲଗାଇବାକୁ ରୋକଠୋକ୍ ମନା କଲେ ହାଇକୋର୍ଟ

Published By : Prameya-News7 Bureau | June 21, 2021 IST

କୋଲକାତା ୨୧/ ୦୬ : ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଯାଞ୍ଚ ଆଦେଶ ବିରୁଦ୍ଧରେ ମମତା ସରକାର କରିଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ବେଙ୍ଗଲରେ ନିର୍ବାଚନ ପରେ ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ (NHRC)ଙ୍କୁ ଏକ କମିଟି ଗଠନ ପାଇଁ ନିର୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ । କିନ୍ତୁ ଏହାକୁ ରୋକିବା ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରିଥିଲେ ପଶ୍ଚିମବଙ୍ଗ ସରକାର ।

ନିର୍ବାଚନୀ ହିଂସାକୁ ନେଇ କୋଲକାତା ଉଚ୍ଚ ନ୍ୟାୟାଳୟର ୫ ଜଣିଆ ଖଣ୍ଡପୀଠ ଦ୍ବାରା ଜାରି ଆଦେଶର ୨ ଦିନ ପରେ ପଶ୍ଚିମବଙ୍ଗ ସରକାର ଏହି ଆବେଦନ କରିଥିଲେ । ଯାହାକୁ କି ଶୁଣାଣି ସମୟରେ ଖାରଜ କରିଦିଆଯାଇଥିଲା ।

ରାଜ୍ୟ ସରକାର ଅନୁରୋଧ କରିଥିଲେ ଯେ, ଏହି ମାମଲାର ଆଗାମୀ ଶୁଣାଣି ପୂର୍ବରୁ ରାଜ୍ୟ ବିଧି ସେବା ପ୍ରାଧିକରଣର ସଦସ୍ୟଙ୍କ ଦ୍ବାରା ଦିଆଯାଇଥିବା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ହିଂସା ଅଭିଯୋଗ ନେଇ ନିଆଯାଇଥିବା ପଦକ୍ଷେପ ବାବଦରେ ସୂଚନା ଦେବାକୁ ସମୟ ଦିଆଯାଉ ।  

ଅଭିଯୋଗ ଫର୍ଦରେ ଉଲ୍ଲେଖ ରହିଥିଲା ଯେ, ରାଜନୈତିକ ହିଂସା ଏବଂ ଆକ୍ରମଣ ଫଳରେ ଲୋକମାନଙ୍କୁ ନିଜ ଘରୁ ବିସ୍ତାପିତ ହେବାକୁ ପଡିଥିଲା । ସେମାନଙ୍କୁ ଗୋଡାଇ ଗୋଡାଇ ମାଡ ମରାଯାଇଥିଲା । ବ୍ୟକ୍ତିଗତ ସମ୍ପତ୍ତିକୁ ନଷ୍ଟ କରାଯାଇଥିଲା । ଏହା ପରେ ବ୍ୟାପକ ହିଂସା ନେଇ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.