Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନୀତିଶ ରାଣା ଓ ସୁନିଲ ନାରିନେଙ୍କ ଅର୍ଦ୍ଧଶତକ, ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୫ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା

24/10/2020 at 5:19 PM

ଆବୁଧାବି ୨୪।୧୦: ନୀତିଶ ରାଣା ଓ ସୁନିଲ ନାରିନେଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲର ୪୨ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୯୫ ରନର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ନୀତିଶଙ୍କ ୮୧ ରନ ଓ ନାରିନେଙ୍କ ୬୪ ରନ ସହିତ ଚତୁର୍ଥ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ବଳରେ  ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୯୪ ରନ କରିଛି। ପ୍ଲେଅଫ୍‌ରେ ପ୍ରବେଶ କରିବାକୁ ହେଲେ କୋଲକାତା ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ।

ଟସ୍‌  ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତାକୁ ୧୧ ରନ ସ୍କୋରରେ ଶୁଭମାନ ଗିଲ୍‌(୯ ରନ)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିବା ନୋର୍ତ୍ତଜେ ୩୫ ରନ ସ୍କୋରେ ରାହୁଲ ତ୍ରିପାଠୀ(୧୨ ରନ)ଙ୍କୁ ବୋଲ୍ଡ କରି ପାଭିଲିୟନର ରାସ୍ତା ଦେଖାଇଥିଲେ। ଦିନେଶ କାର୍ତ୍ତିକ ନିଜର ଖରାପ ଫର୍ମ ଜାରି ରଖି ୩ ରନ କରି ବିଦାୟ ନେଇଥିଲେ।

୪୨ ରନରେ ୩ ଓ୍ଵିକେଟ୍ ହରାଇ ଅଡୁଆରେ ପଡିଥିବା କୋଲାକାତା ନାଇଟ୍‌ ରାଇଡର୍ସର ଇନିଂସ ସମ୍ଭାଳିଥିଲେ ନୀତିଶ ରାଣା ଓ ସୁନିଲ ନାରିନେ। ଉଭୟ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ନୀତିଶ ରାଣା ଆଇପିଏଲରେ ୧୦ତମ ଅର୍ଦ୍ଧଶତକ ଏବଂ ସୁନିଲ ନାରିନେ ଚତୁର୍ଥ ଅର୍ଦ୍ଧଶତକ  ହାସଲ କରିଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍‌ ପାଇଁ ୧୧୫ ରନ ଯୋଡି ଦଳର ସ୍କୋରକୁ ୧୫୭ରେ ପହଞ୍ଚାଇଥିଲେ।

ସୁନିଲ ନାରିନେଙ୍କୁ ଆଉଟ୍ କରି କାଗିସୋ ରାବଡା ଏହି ଭାଗିଦାରୀ ଭାଙ୍ଗିଥିଲେ। ନାରିନେ ୩୨ ବଲରୁ ୬ ଚୌକା ଓ ୪ ଛକା ସହ ୬୪ ରନ କରି ବିଦାୟ ନେଇଥିଲେ। ଇନିଂସର ଶେଷ ଓଭରରେ ନୀତିଶ ରାଣା ଆଉଟ୍ ହୋଇଥିଲେ। ସେ ୫୩ ବଲରୁ ୧୩ ଚୌକା ଓ ୧ ଛକା ସହ ସର୍ବାଧିକ ୮୧ ରନର ଇନିଂସ ଖେଳିଥିଲେ। କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍  ହରାଇ ୧୯୪ ରନର ବିଶାଳ ସ୍କୋର କରିଛି। ଇଅନ ମୋର୍ଗାନ ୯ ବଲରୁ ୨ ଚୌକା ଓ ୧ ଛକା ସହ ୧୭ ରନ କରି ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅନରିଚ୍ ନୋର୍ତ୍ତଜେ,  କାଗିସୋ ରାବଡା ଓ ମାର୍କସ ଷ୍ଟୋଇନିସ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts