Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ଦିନେଶ କାର୍ତ୍ତିକ ଓ ଶୁଭମାନ ଗିଲଙ୍କ ଅର୍ଦ୍ଧଶତକ, କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା

10/10/2020 at 5:27 PM

ଆବୁଧାବି ୧୦।୧୦: ଅଧିନାୟକ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଶୁଭମାନ ଗିଲ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଆବୁଧାବିର ଶେଖ ଜାୟଦରେ ଖେଳାଯାଉଥିବା ଆଇପିଏଲର ୨୪ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୧୬୫ ରନର ବିଜୟ ଲକ୍ଷ୍ୟ ଦେଇଛି। ଶୁଭମାନ ଗିଲ୍‌ଙ୍କ ୫୭ ରନ ଓ ଦିନେଶ କାର୍ତ୍ତିକଙ୍କ ୫୮ ରନ ସହାୟତାରେ କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍  ହରାଇ ୧୬୪ ରନ କରିଛି। ଏହି ମ୍ୟାଚ୍ ଜିତିବା କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଜିତିବା ଜରୁରୀ ହୋଇ ପଡିଛି। ଦଳ ଯଦି ପରାଜିତ ହୁଏ ତେବେ ପ୍ଲେଅଫ ଦୌଡରୁ ବାଦ୍‌ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସକୁ ଆରମ୍ଭରୁ ଦୁଇଟି ଝଟକା ଲାଗିଥିଲା। ୧୨ ରନ ସ୍କୋରରେ ଗତ ମ୍ୟାଚ୍‌ର ହିରୋ  ରାହୁଲ ତ୍ରିପାଠୀ(୪ ରନ) ମହମ୍ମଦ ସାମିଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ନୀତିଶ ରାଣା ଦୁର୍ଭାଗ୍ୟବଶତଃ ରନ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ଶୁଭମାନ ଗିଲ ଓ ଇଅନ ମୋର୍ଗାନ ତୃତୀୟ ଓ୍ଵିକେଟ୍‌ରେ ୪୯ ରନ ଯୋଡି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ୬୩ ରନ ସ୍କୋରରେ ମୋର୍ଗାନ ୨୩ ବଲରୁ ୨ ଚୌକା ଓ ୧ ଛକା ସହ ୨୪ ରନ କରି ଆଉଟ୍ ହୋଇଥିଲେ।

ଏହି କ୍ରମରେ ଶୁଭମାନ ଗିଲ୍ ଆଇପିଏଲରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍ ଓ ଅଧିନାୟକ ଦିନେଶ କାର୍ତ୍ତିକ ଦ୍ରୁତ ଗତିରେ ରନ ସଂଗ୍ରହ କରି ଦଳର ଇନିଂସ ଆଗକୁ ବଢାଇଥିଲେ। ବିଶେଷ କରି କାର୍ତ୍ତିକ କ୍ରିଜକୁ ଆସିବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୨୨ ବଲରୁ ଅର୍ଦ୍ଧଶତକ  ହାସଲ କରିଥିଲେ। ଆଇପିଏଲରେ କାର୍ତ୍ତିକଙ୍କ ଏହା ଦ୍ଵିତୀୟ ଦ୍ରୁତତମ ଏବଂ ଆଇପିଏଲରେ ୧୯ତମ ଅର୍ଦ୍ଧଶତକ। କାର୍ତ୍ତିକ ଓ ଗିଲ୍ ଚତୁର୍ଥ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡିଥିଲେ। ୧୪୫ ରନ ସ୍କୋରେ ଶୁଭମାନ ଗିଲ୍ ୪୭ ବଲରୁ ୫ ଚୌକା ସହ ୫୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଦିନେଶ କାର୍ତ୍ତିକଙ୍କ ଶେଷ ବଲରେ ରନ ଆଉଟ୍ ହୋଇଥିଲେ। ରସେଲ ନିଜର ଖରାପ ପ୍ରଦର୍ଶନ ଜାରି ରଖି ୩ ରନ କରି ପାଭିଲିୟନ ଫେରିଥିଲେ। କାର୍ତ୍ତିକ ୨୯ ବଲରୁ ୮ ଚୌକା ଓ ୨ ଛକା ସହ ୫୮ ରନର ଇନିଂସ ଖେଳି ଶେଷ ବଲରେ ରନ ଆଉଟ୍ ହୋଇଥିଲେ।। କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ବିନିମୟରେ ୧୬୪ ରନ  କରିଛି।

ପଞ୍ଜାବ ତରଫରୁ ଅକ୍ଷରଦୀପ ସିଂହ,  ରବି ବିଶ୍ନୋଇ ଓ ମହମ୍ମଦ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts