ପଶ୍ଚିମବଙ୍ଗରେ ମୁଶଳଧାର ବର୍ଷା, ହାଇ ଟାଇଡରେ କୋଲକାତା ଜଳମଗ୍ନ

Published By : Prameya-News7 Bureau | September 21, 2021 IST

କୋଲକାତା ୨୧।୯: ଗତ ଦୁଇ ଦିନ ହେଲା ଜାରି ବର୍ଷା ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଜଳମଗ୍ନ କରିଛି। ବେହେଲା, ମୋମିନପୁର, ଏକବଲପୁର, ଖିଦିରପୁର କାଲିଘାଟ ସମେତ ଦକ୍ଷିଣ କୋଲକାତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି।  ଏସ୍ଏସକେଏମ, ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲ ଓ କୋଲକାତା ମେଡିକାଲ କଲେଜ ହସ୍ପିଟାଲରେ ପାଣି ପଶି ଯାଇଛି। ୱାର୍ଡରେ ପାଣି ଭରିଯିବା ଯୋଗୁ ଡାକ୍ତର, ନର୍ସଙ୍କ ସମେତ ରୋଗୀ ମଧ୍ୟ ହନ୍ତସନ୍ତ ହେଉଛି। ଇତିହାସରେ ପ୍ରଥମ ଥର ପଶ୍ଚିମବଙ୍ଗ ଏପରି ବର୍ଷା ଦେଖିଛି।

{"id":515518,"width":840,"height":630,"sizeSlug":"full","linkDestination":"none"}

ପାଣିପାଗ ବିଭାଗ ରାଜ୍ୟ ନେଇ ଜାରି କରିଥିବା ସତର୍କତା ପରିସ୍ଥିତିକୁ ଆହୁରି ଖରାପ କରିବ ବୋଲି ଆକଳନ କରାଯାଉଛି। ବୁଧବାର ମଧ୍ୟ ଦକ୍ଷିଣ ବଙ୍ଗଳାର ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛନ୍ତି। ବର୍ଷାରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ ଅଚଳ ହୋଇଯାଇଛି। ବର୍ଷାପାଣି ବିମାନ ବନ୍ଦରରେ ପଶିଛି। ଫଳରେ ବିମାନ ବନ୍ଦର କର୍ତ୍ତୃପକ୍ଷ ୬ଟି ବିମାନଙ୍କୁ ଫେରାଇ ଦେଇଛନ୍ତି। ମଙ୍ଗଳବାର ଏଠାରୁ ୧୩ଟି ବିମାନ ଉଡାଣ କରିଛନ୍ତି। ତେବେ ଏହି ସବୁ ବିମାନ ନିୟମିତ ସମୟର ୪୫ରୁ ୨ ଘଣ୍ଟା ବିଳମ୍ବରେ ଉଡିଛନ୍ତି।

{"id":515519,"sizeSlug":"full","linkDestination":"none"}

ଉଲ୍ଟଡଙ୍ଗା, ମାନିକତଲା, ବେଲଗାଛିଆ, ଏମଜି ରୋଡ, ପାର୍କ ସର୍କସ, ପାର୍କ ରୋଡ, ଥିଏଟର ରୋଡ, ସେକ୍ସପିୟର ସାରଣୀ ଆଦି ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣି ଭରି ଯାଇଛି। ରାସ୍ତା ଓ ଘର ବର୍ଷାପାଣିରେ ସମାନ ହୋଇଯାଇଛି। ମଙ୍ଗଳବାର ବାଙ୍କୁରା, ପୁରୁଲିଆ, ଝାରଗ୍ରାମ, ପୂର୍ବ ମେଦିନାପୁର ଓ ଦକ୍ଷିଣ ୨୪ ପ୍ରଗଣାରେ ଭୀଷଣ ବର୍ଷା ହୋଇଛି। ମୂଶଳଧାର ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବରୁ ଅନେକ ସୂଚନା ଜାରି କରିଥିଲେ।

{"id":515521,"width":839,"height":553,"sizeSlug":"full","linkDestination":"none"}

ସେପଟେ ପୂର୍ବ ମେଦିନାପୁର ଜିଲ୍ଲାର ପତାସପୁର, ଭଗବାନପୁର, କାନ୍ଥି ଉତ୍ତର ଓ ଦକ୍ଷିଣର ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।  ଏହି ସବୁ ଗାଁ ମାନଙ୍କର ତଳିଆ ଅଞ୍ଚଳରେ ରହୁଥିବା ୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇ ଦିଆଯାଇଥିବା ପୂର୍ବ ମେଦିନାପୁର ଜିଲ୍ଲାପାଳ ପୂର୍ଣ୍ଣେନ୍ଦୁ ମାଁଝୀ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.