ଶିଲଂ ୯|୨: ଚିଟ୍ଫଣ୍ଡ ମାମଲାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଜେରା । ଶିଲଂ ସିବିଆଇ କାର୍ଯ୍ୟାଳୟରେ ରାଜୀବଙ୍କୁ ପଚରାଉଚରା କରୁଛି ସିବିଆଇ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜେରାର ସମ୍ମୁଖୀନ ହେବା ଲାଗି ରାଜୀବ ଶିଲଂରେ ପହଞ୍ଚିଛନ୍ତି । ତାଙ୍କ ସହିତ କୋଲକାତା ପୋଲିସର ତିନି ଅଧିକାରୀ ମଧ୍ୟ ଯାଇଛନ୍ତି। ଏମାନଙ୍କ ମଧ୍ୟରେ ସ୍ପେସାଲ ଟାସ୍କଫୋର୍ସ ଡେପୁଟି କମିଶନର ମୁରଲୀଧର ଶ୍ମା ଅଛନ୍ତି। ସାରଦା ଚିଟ୍ଫଣ୍ଡ ମାମଲାରେ ସିବିଆଇ ତାଙ୍କୁ ମାରାଥନ ଜେରା କରିବ।
କୋଲକାତାରେ ସିବିଆଇ ତାଙ୍କୁ ଜେରା କରିବାକୁ ଯିବା ସମୟରେ ସିବିଆଇ ଅଧିକାରୀଙ୍କୁ ଅଟକ ରଖିଥିଲା କୋଲକାତା ପୋଲିସ। ଯାହାକୁ ନେଇ ୨ ଦିନ ଧରି ରାଜନୈତିକ ଡ୍ରାମା ଚାଲିଥିଲା। ତେବେ ମାମଲା ସୁପ୍ରିମକୋର୍ଟ ଯିବା ପରେ କୋର୍ଟ ରାଜୀବ କୁମାରଙ୍କୁ ଜେରାର ସମ୍ମୁଖୀନ ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ।