କୋଲକାତାରେ ଶକ୍ତିଶାଳୀ ବୋମା ବିସ୍ଫୋରଣ: ଜଣେ ମୃତ ୯ ଗୁରୁତର

Published By : Prameya-News7 Bureau | October 02, 2018 IST

କୋଲକାତା ୨/୧୦ : କୋଲକାତାର ଜନଗହଳି ପୂର୍ଣ୍ଣ ନଗରବଜାର ଅଂଚଳରେ ବୋମା ବିସ୍ଫୋରଣ ଘଟଣାରେ ଜଣେ ୮ବର୍ଷର ବାଳକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି । ନଗରବଜାର ଅଂଚଳ କୋଲକାତା ବିମାନ ବନ୍ଦରଠାରୁ ୨ କି:ମି: ଦୂରରେ  |  ୪ ମହଲା ବିଶିଷ୍ଟ କୋଠା ପାଖରେ ଏହି ବିସ୍ଫୋରଣ ହୋଇଥିଲା | ମୃତ ବାଳକଙ୍କ ନାଁ ବିଭବ ଘୋଷ | ତାଙ୍କୁ ସଂଗେ ସାଙ୍ଗ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଏକ ବ୍ୟାଗ ସହ ଆଉ କିଛି ଜିନିଷ ଜବତ କରି ଫୋରେନସିକ ଟେଷ୍ଟ ପାଇଁ ଲ୍ୟାବକୁ ପଠାଇଛି | ତେବେ ଏହି ବିସ୍ଫୋରଣ ଅତ୍ୟନ୍ତ ଶକ୍ତିଶାଳୀ ଥିବା କହିଛି ସ୍ଥାନୀୟ ପୋଲିସ | ସୂଚନାଯୋଗ୍ୟ ଯେ, ବିସ୍ଫୋରଣ କାଜିପଡା ନଗରବଜାର ସ୍ଥିତ ପଂଚୁ ରାୟଙ୍କ ଅଫିସ ଆଗରେ ହୋଇଥିଲା | ପଂଚୁ ରାୟ ଦକ୍ଷିଣ ଦମଦମର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଅଛନ୍ତି | ତଦନ୍ତ ଆଧାରରେ ବିସ୍ଫୋରଣ କ୍ରୁଡ଼ ବୋମା ଯୋଗୁଁ ହୋଇଥିବା ପୋଲିସ ପ୍ରକାଶ କରିଛି | ତେବେ ମ୍ୟୁନିସିପାଲ ଅଧ୍ୟକ୍ଷ ପଂଚୁ ରାୟ ସିଧାସଳଖ ବିଜେପି ଆଡକୁ ଆକ୍ଷେପ କରି କହିଛନ୍ତି, ବିସ୍ଫୋରଣ ତାଙ୍କୁ ଟାର୍ଗେଟ କରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.