ଭାଙ୍ଗିଲା କୋଲାବ ଜଳଭଣ୍ଡାର ମୁଖ୍ୟ କେନାଲ , ଶହ ଶହ ଏକର ଜମି ଜଳାର୍ଣ୍ଣବ

Published By : Prameya-News7 Bureau | January 09, 2021 IST

ଜୟପୁର ୦୯।୦୧: ଭାଙ୍ଗିଲା କୋଲାବ ଜଳଭଣ୍ଡାରର ମୁଖ୍ୟ କେନାଲ । ଜୟପୁର ସହରର ପାରାବେଡା ନିକଟ ଏକତାଗୁଡା ନିକଟରେ କୋଲାବ ଜଳଭଣ୍ଡାରର ମୁଖ୍ୟ କେନାଲ ଭାଙ୍ଗିଯାଇଛି । ଅତି ଦ୍ରୁତ ଗତିରେ ମାଡୁଛି କେନାଲ ପାଣି । ପାଣିର ସ୍ରୋତ ଜମି ପଟକୁ ଥିବାରୁ ଏକତାଗୁଡ଼ା ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି । ତଥାପି ପାଣି ପଶିଯିବା ଭୟରେ ରହିଛନ୍ତି ଗ୍ରାମବାସୀ । ଅପର କୋଲାବ ମୁଖ୍ୟ କେନାଲ ଭାଙ୍ଗି ଦ୍ରୁତ ଗତିରେ ପାଣି ମାଡୁଛି ଯାହାଦ୍ବାରା ଏକର ଏକର ଚାଷ ଜମିରେ ପାଣି ମାଡିଛି । ଖବର ପାଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

{"id":389239,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୋଲାବା ଜଳଭଣ୍ଡାରର ମୁଖ୍ୟ କେନାଲ ଭାଙ୍ଗିଯିବାର ଖବର ମିଳିଥିଲା । ଯାହାପରେ ଅତି ଦ୍ରୁତ ଗତିରେ ମାଡିଯାଇଥିଲା କେନାଲ ପାଣି । ପାଣିର ସ୍ରୋତ ଜମି ପଟକୁ ଥିବାରୁ ଏକତାଗୁଡ଼ା ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି । ତେବେ ପାଣିର ସ୍ରୋତ କମିଥିବାରୁ ସାମାନ୍ୟ ଆଶ୍ୱସ୍ତିକର ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.