ସତରେ କଣ ଆଉ ୪ ଦିନ ପରେ ବିରୁଷ୍କାଙ୍କ ଘରକୁ ଆସୁଛି କୁନି ଅତିଥି ? କୋହଲିଙ୍କ ଫଟୋକୁ ନେଇ ଚାଲିଛି ଏମିତି ଚର୍ଚ୍ଚା
5/01/2021 at 10:28 PM

ନୂଆଦିଲ୍ଲୀ ୦୫/୦୧: ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ଏବେ ବାପା ହେବାକୁ ଯାଉଥିବା ନେଇ ବେଶ ଖୁସି ଅଛନ୍ତି। ପତ୍ନୀ ଅନୁଷ୍କାଙ୍କ ପାଖେ ପାଖେ ରହୁଛନ୍ତି ବିରାଟ। ଖୁବଶୀଘ୍ର ବିରାଟ ଓ ଅନୁଷ୍କା ବାପା ଏବଂ ମା ହେବାକୁ ଯାଉଛନ୍ତି। ଏହାରି ଭିତରେ ବିରାଟ କୋହଲି ସୋସିଆଲ୍ ମିଡିଆରେ ସେୟାର କରିଥିବା ଏକ ଫଟୋ ଖୁବ ଭାଇରାଲ୍ ହେଉଛି।
କୋହଲି ନିଜ ଜିମ୍ ସେଣ୍ଟରରୁ ଏହି ଫଟୋ ସେୟାର କରିଛନ୍ତି। ଯେଉଁଥିରେ କୋହଲି ଦୁଇ ହାତରେ ଭିକ୍ଟ୍ରି ସାଇନ୍ କରୁଥିବା ଦେଖିବାକୁ ମିଳିଛି। କୋହଲିଙ୍କ ଏଭଳି ପୋଜ୍କୁ ନେଇ ଫ୍ୟାନ୍ସ ବିଭିନ୍ନ ଆକଳନ କରୁଥିବା ଦେଖାଯାଇଛି। ଫ୍ୟାନ୍ସ କୋହଲିଙ୍କ ଏଭଳି ଫଟୋକୁ ଜନ୍ମ ନେବାକୁ ଥିବା ପିଲା ସହ ତୁଳନା କରିଛନ୍ତି। ଜଣେ ୟୁଜର ଟ୍ବିଟରରେ ଲେଖିଛନ୍ତି କୋହଲିଙ୍କ ଏହି ଭିକ୍ଟ୍ରି ସାଇନ୍ ଦର୍ଶାଉଛି ଆଉ ୪ ଦିନ ପରେ ସମସ୍ତଙ୍କୁ ଖୁସି ଖବର ମିଳିବ।
ଅନ୍ୟ ଜଣେ ୟୁଜର ଲେଖିଛନ୍ତି, କୋହଲି ଦୁଇଟି ଭିକ୍ଟ୍ରି ସାଇନ୍ ଦେଖାଇଛନ୍ତି। ଏହାର ଅର୍ଥ ୨୨ ଜାନୁଆରୀରେ କୁନି ଅତିଥି ଦୁନିଆକୁ ଆସୁଛି। କହି ରଖୁଛୁ କୋହଲି ଅଷ୍ଟେ୍ରଲିଆରୁ ଫେରି ଆସିଛନ୍ତି। ଆଡିଲେଡ୍ ଟେଷ୍ଟରେ କୋହଲି ୭୨ ରନ୍ର ପାଳି ଖେଳିଥିଲେ। ବିରାଟ କୋହଲିଙ୍କ ଅଧିନାୟିକତ୍ବରେ ଭାରତକୁ ପରାଜୟ ସ୍ବିକାର କରିବାକୁ ପଡ଼ିଥିବା ବେଳେ ତାଙ୍କ ଅନୁପସ୍ଥିତିରେ ରାହାଣେ ଭାରତକୁ ବିଜୟ ଭେଟି ଦେଇଛନ୍ତି। ଏବେ ସୋସିଆଲ ମିଡିଆରେ କୋହଲି ଓ ରାହାଣେଙ୍କ କ୍ୟାପ୍ଟେନସିପ୍କୁ ତୁଳନା ହେଉଛି।