Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଅଷ୍ଟ୍ରେଲିଆ ହାତରୁ ଲଜ୍ଜାଜନକ ପରାଜୟ ପରେ ବି କୋହଲିଙ୍କ ଟେଷ୍ଟ ମାନ୍ୟତାରେ ସୁଧାର, ସ୍ମିଥ୍‌ଙ୍କ ହେଲେ ନିକଟତର

20/12/2020 at 7:37 PM

ନୂଆଦିଲ୍ଲୀ ୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଲଜ୍ଜାଜନକ ପରାଜୟବରଣ କରିଛି। ମାତ୍ର ଅଧିନାୟକ ବିରାଟ କୋହଲିଙ୍କ ଟେଷ୍ଟ ମାନ୍ୟତାରେ ସୁଧାର ଆସିଛି। ଆଡିଲେଡ୍‌ରେ ପ୍ରଥମ ଇନିଂସରେ ଖେଳିଥିବା ୭୪ ରନ ଦମରେ କୋହଲି ପ୍ରଥମ ସ୍ଥାନରେ ଥିବା ଷ୍ଟିଭ୍ ସ୍ମିଥ୍‌ଙ୍କ ନିକଟତର ହୋଇଛନ୍ତି। ଅର୍ଦ୍ଧଶତକୀୟ ଇନିଂସ ପରେ ଦ୍ଵିତୀୟ ସ୍ଥାନରେ ଥିବା ଭାରତୀୟ ଅଧିନାୟକଙ୍କୁ ଦୁଇ ପଏଣ୍ଟ ଫାଇଦା ହୋଇଛି। ଏଥିରେ କୋହଲିଙ୍କ ଟେଷ୍ଟ ପଏଣ୍ଟ ୮୮୮ରେ ପହଞ୍ଚିଛି।

ଏହି ଟେଷ୍ଟର ଦୁଇଟି ଇନିଂସରେ ଏକ-ଏକ ରନ କରିଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ସ୍ମିଥଙ୍କ ୧୦ ପଏଣ୍ଟ କ୍ଷତି ହୋଇଛି। ଫଳରେ ତାଙ୍କ ପଏଣ୍ଟ ୯୦୧କୁ ଖସି ଆସିଛି। ମ୍ୟାଚ୍‌ରେ ୪୬ ଓ ୬ ରନ କରିଥିବା ମାର୍ନସ ଲାବୁସେନ କ୍ୟାରିୟରର ସର୍ବଶ୍ରେଷ୍ଠ ୮୩୯ ପଏଣ୍ଟ ହାସଲ କରିଛନ୍ତି।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ ଚତୁର୍ଥ ସ୍ଥାନରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ ୭୩ ରନର ଅପରାଜିତ ଇନିଂସ ବଳରେ କ୍ୟାରିୟରର ସର୍ବଶ୍ରେଷ୍ଠ ୩୩ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ତାଙ୍କର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍ ୪୫ତମ ସ୍ଥାନରେ ଥିଲା।

ଚେତେଶ୍ଵର ପୂଜାରା ସପ୍ତମରୁ ଅଷ୍ଟମ ସ୍ଥାନକୁ ଖସିଥିବା ବେଳେ ଆଜିଙ୍କ୍ୟ ରାହାଣେ ଶୀର୍ଷ ୧୦ରୁ ବାଦ୍ ପଡି ୧୧ତମ ସ୍ଥାନରେ ଅଛନ୍ତି। ଓପନିଂ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରଓ୍ଵାଲ ମଧ୍ୟ ୧୪ତମ ସ୍ଥାନକୁ ଖସି ଆସିଥିବା ବେଳେ ହନୁମା ବିହାରୀ ଶୀର୍ଷ ୫୦ରୁ ବାହାରି ୫୩କୁ ଖସି ଆସିଛନ୍ତି।

ଆଡିଲେଡ୍‌ରେ ୪ ଓ୍ଵିକେଟ୍ ନେଇଥିବା ଅନୁଭବୀ ଭାରତୀୟ ସ୍ପିନର ଆର ଅଶ୍ଵିନ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ପଛରେ ପକାଇ ବୋଲିଂ ମାନ୍ୟତାରେ ନବମକୁ ଉଠିଛନ୍ତି। ବୁମରା ୧୦ମ ସ୍ଥାନକୁ ଖସି ଆସିଛନ୍ତି। ମ୍ୟାଚ୍‌ରେ ୭ ଓ୍ଵିକେଟ୍ ନେଇଥିବା ପାଟ କମିନ୍ସ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଆହୁରି ମଜବୁତ କରିଛନ୍ତି।

ସେ ଦ୍ଵିତୀୟ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରଡଙ୍କଠୁ ନିଜର ସ୍ଥିତି ଆହୁରି ମଜବୁତ କରିଛନ୍ତି। ଦ୍ଵିତୀୟ ଇନିଂସରେ ୮ ରନ ଦେଇ ୫ ଓ୍ଵିକେଟ୍ ନେଇଥିବା ହେଜଲଉଡ ଚାରୋଟି ସ୍ଥାନ ଉପରକୁ ଉଠି ଶୀର୍ଷ ୫ରେ ପହଞ୍ଚି ଯାଇଛନ୍ତି।

   Related Posts