ଅବସର ନେଇ ପ୍ରଶ୍ନର ଉତ୍ତରରେ ବିରାଟ କୋହଲି କହିଲେ, ତାଙ୍କ ଆଗାମୀ ଯୋଜନା , କେବେ ଆଉ ଥରେ ଆଲୋଚନା …

Published By : Prameya-News7 Bureau | February 19, 2020 IST

ୱେଲିଂଟନ୍ ୧୯। ୦୨- ବିରାଟ କୋହଲି  କ୍ରିକେଟ୍‌ର ସବୁ ଫର୍ମାଟରେ ଜବରଦସ୍ତ ପ୍ଲେୟାର । ଭାରତୀୟ ଦଳର ଅଧିନାୟକ ନ୍ୟୁଜିଲାଣ୍ଡରେ ଟି-ଟ୍ବେଣ୍ଟି ସିରିଜ୍‌ ଜିତିଥିଲେ ବି ଦିନିକିଆ ମ୍ୟଚ୍‌ରେ ପରାଜୟ ନେଇ ବ୍ୟାକ୍‌ଫୁଟ୍‌ରେ ଅଛନ୍ତି ନିଶ୍ଚୟ । ତେବେ ଦୁଇ ଟେଷ୍ଟ ସିରିଜ ପୂର୍ବରୁ ବେସ୍‌ କନ୍‌ଫିଡେଣ୍ଟ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ।ଏମିତି ସ୍ଥିତିରେ ବିରାଟଙ୍କୁ ବଡ ପ୍ରଶ୍ନ ଟିଏ କରିଛନ୍ତି ଜଣେ ସାମ୍ବାଦିକ । ଆଉ ତାର ଉତ୍ତରରେ ରେକର୍ଡ ବ୍ରେକରଙ୍କ ଉତ୍ତର ବି ଦମଦାର । ପୁରା କଠିନ ଏବଂ ଜବରଦସ୍ତ ଯୋଜନା । ଭାରତୀୟ କ୍ରିକେଟକୁ ଏକ ନୂଆ ସୋପାନରେ ପହଞ୍ଚାଇବାର ଏକ ନୂଆ  ଭୂମିକାର ଏକ ବ୍ଲୁପ୍ରିଣ୍ଟ ।

{"id":226337,"width":575,"height":322,"sizeSlug":"large"}

୨୦୨୧ ଟି ଟ୍ବେଣ୍ଟି ବିଶ୍ବକପ୍ ପରେ ଆପଣ କ୍ରିକେଟ୍‌ର ତିନି ପର୍ମାଟ ମଧ୍ୟରୁ ଗୋଟିଏ ଛାଡିବେ କି ? ଏପରି ପ୍ରଶ୍ନ ଥିଲା କୋହଲିଙ୍କୁ । ସିଧାସଳଖ ଅବସର ଯୋଜନା ନେଇ ପ୍ରଶ୍ନଟି ନଥିଲେ ବି ସେଭଳି କିଛି ବୁଲେଇ ପଚାରିଥିଲେ ପ୍ରଶ୍ନକର୍ତ୍ତା ।ନ୍ୟୁଜିଲାଣ୍ଡରେ ଦୁଇ ଟିକିଆ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ଅଧିନାୟକ  ବେସ୍‌ ବଢିଆ କଥାଟେ କହିଛନ୍ତି ।

{"id":226338,"sizeSlug":"large"}

 ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଏବଂ ଟପ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଭାରତୀୟ କ୍ରିକେଟରେ ଏକ ବୃହତ୍ତର ଛବି ନେଇ ଆଶାବାଦୀ ଏବଂ ସେହି ଲକ୍ଷ୍ୟରେ ପ୍ରସ୍ତୁତି ବି କରୁଛନ୍ତି । ଆଗାମୀ ତିନି ବର୍ଷ ଲାଗି ଏହି ପ୍ରସ୍ତୁତି। କାରଣ ଦୁଇଟି ଟି-ଟ୍ବେଣ୍ଟି ବିଶ୍ବକପ୍ ସହ ଗୋଟିଏ ଏକ ଦିବସୀୟ (୫୦ ଓଭର) ବିଶ୍ବକପ୍‌ ଖେଳାଯିବ ଏହି ସମୟ ଭିତରେ । ଆଉ ସେଥିରେ ଭାରତକୁ ନମ୍ବର ୱାନ୍‌ କରିବା ପ୍ରୟାସରେ ବିରାଟ । ଏଥିଲାଗି ଆଗାମୀ ତିନି ବର୍ଷ ବେଶ୍‌ ପରିଶ୍ରମ କରିବାକୁ ଯୋଜନା କରିଛନ୍ତି କୋହଲି । ତିନିଟି ଯାକ ଫର୍ମାଟରେ ସେ ଭଲ ପ୍ରଦର୍ଶନ ଲାଗି କଠିନ ପରିଶ୍ରମର ବ୍ଲୁପ୍ରିଣ୍ଟ ବି କରିଛନ୍ତି । ଆଉ ତିନି ବର୍ଷ ପରେ ଏକ ଭିନ୍ନ ସମୟରେ ସେ ତିନି ଫର୍ମାଟର ଖେଳ ନେଇ ଚିନ୍ତା କରିପାରନ୍ତି । ଏପରି କିଛି ସୂଚନା ଦେଇଛନ୍ତି ବିରାଟ କୋହଲି ।

{"id":226339,"sizeSlug":"large"}

କୋହଲିଙ୍କ ସିଧାସଳଖ ଉତ୍ତରଟି ଏପରି , “ ଏକ ବୃହତ୍ତର ଚିତ୍ର ବା ଦୃଶ୍ୟ ଉପରେ  ମୋର ଚିନ୍ତାଧାରା ପର୍ଯ୍ୟବେଶିତ , ଆଉ ସେଥିଲାଗି ଏବେଠାରୁ ଆଗାମୀ ତିନିବର୍ଷ କଠିନ ପରିଶ୍ରମ ଲାଗି ମୁଁ ମୋତେ ପ୍ରସ୍ତୁତ କରୁଛି । ତାହାପରେ ଏକ ଭିନ୍ନ ପରିସ୍ଥିତିରେ ଆମେ ଭିନ୍ନ ଆଲୋଚନା କରିପାରୁ ।“ ବିରାଟଙ୍କ ଏହି ଉତ୍ତରରୁ ସେ ଆସନ୍ତା ତିନି ବର୍ଷ ସବୁ ଫର୍ମାଟରେ ବେଶ୍‌ ଜମେଇବେ ବୋଲି ଯୋଜନା କରିଥିବା ସ୍ପଷ୍ଟ ।

{"id":226340,"sizeSlug":"large"}

 ସବୁ ଫର୍ମାଟରେ ଜୋରଦାର ପ୍ରଦର୍ଶନ ଜାରି ରଖିବା ଲକ୍ଷ୍ୟରେ ଥିବା ବିରାଟ, ଏହା କହିବା ବେଳେ କହିଛନ୍ତି, ଥକ୍କା ବା ଅଧିକ କାର୍ଯ୍ୟଭାର ପ୍ରସଙ୍ଗ ନେଇ ସବୁ ଫୋରମ୍‌ରେ ଆଲୋଚନା କରାଯିବା ଆବଶ୍ୟକ । ବିରାଟ ଆହୁରି ମଧ୍ୟ କହିଛନ୍ତି, ସେ ବର୍ଷକୁ ୩୦୦ ଦିନ ଖେଳୁଛନ୍ତି , ସେଥିରେ ଯାତାୟତ ସହ ପ୍ରାକ୍ଟିସ ମଧ୍ୟ ସାମିଲ ରହିଛି । ଏହି ଆଲୋଚନାକୁ ଖେଳର ଯୋଜନା ସଂପର୍କୀତ  ଆଲୋଚନାରୁ ବାଦ ଦେଇ ହେବ ନାହିଁ ।

{"id":226341,"sizeSlug":"large"}

ବର୍ତ୍ତମାନ ୩୧ ବର୍ଷରେ ପହଞ୍ଚିଥିବା କୋହଲି ୨୦୨୩ ପର୍ଯ୍ୟନ୍ତ ତାଙ୍କ ଖେଳ ଜାରି ରଖିବାକୁ ପ୍ରସ୍ତୁତି କରୁଛନ୍ତି । କାରଣ ୩୪ -୩୫ ବର୍ଷରେ ଶରୀର ହୁଏତ ଅଧିକ ପରିଶ୍ରମ ଗ୍ରହଣ କରିନପାରେ । ସେତେ ବେଳେ ହୁଏତ ଭିନ୍ନ ଆଲୋଚନା କରାଯାଇପାରେ । ତେବେ ବର୍ତ୍ତମାନ ଏବଂ ଆଗାମୀ ୩ ବର୍ଷ ଦଳ ତାଙ୍କଠାରୁ ଅଧିକ ଆଶା କରେ ଏବଂ ସେ ମଧ୍ୟ କଠିନ ପରିଶ୍ରମର ଯୋଜନା ସହ ଭାରତୀୟ କ୍ରିକେଟକୁ ଏକ ବୃହତ୍ତର ସୋପାନକୁ ନେବା ଲକ୍ଷ୍ୟରେ । ଏହା କହିଛନ୍ତି ବିରାଟ କୋହଲି ।

{"id":226342,"width":567,"height":353,"sizeSlug":"large"}

 ଫ୍ୟାନ୍‌ ନିଶ୍ଚିତ ଏହା ହିଁ ଆଶା କରନ୍ତି । ବିରାଟଙ୍କ ବ୍ୟାଟ୍‌ ଆହୁରି କେତେ ରୋକର୍ଡ ଭାଙ୍ଗିବ, ରନ୍‌ ବର୍ଷା କରିବ । ଏପରି ଆଶା ରଖିଥିବା ପ୍ରଶଂସକ, ବିରାଟଙ୍କ ଅବସର କଥା ମନେ ବି ପକାନ୍ତି ନାହିଁ । ତେଣୁ ବିରାଟଙ୍କୁ ଅବସର ନେଇ ପ୍ରଶ୍ନ କରିବାକୁ ଅନ୍ୟୁନ ୩ ବର୍ଷତ ଅପେକ୍ଷା କରାଯାଇପାରେ ।

{"id":226343,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.