ଯେଉଁ ବୋଲରଙ୍କୁ କିଣିବା ପାଇଁ ଜିଦ୍‌ ଧରିଥିଲେ କୋହଲି, କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ସେହି ଖେଳାଳି

Published By : Prameya-News7 Bureau | July 31, 2021 IST

ନୂଆଦିଲ୍ଲୀ ୩୧/୭: ଶ୍ରୀଲଙ୍କାର ବାମହାତି ଦ୍ରୁତ ବୋଲର ଇସରୁ ଉଦାନା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ୩୩ ବର୍ଷୀୟ ଇସରୁ ଉଦାନା ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। କିନ୍ତୁ ୧୨ ବର୍ଷ ମଧ୍ୟରେ ୨୧ ଦିନିକିଆ ଏବଂ ୩୫ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ଇସରୁ। ଆଇପିଏଲ୍‌ ୨୦୨୦ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳିଥିଲେ। ୧୦ ମ୍ୟାଚ୍‌ରେ ସେ ୮ ଓ୍ବିକେଟ ନେଇଥିଲେ।

ଉଦାନା ଟ୍ବିଟ୍‌ରରେ ଲେଖିଛନ୍ତି, ‘କ୍ରିକେଟକୁ ମୁଁ ସବୁ ବେଳେ ଭଲ ପାଉଥିଲି ଏବଂ ପାଇବି। ସର୍ବଦା ରାଷ୍ଟ୍ରୀୟ ସମ୍ମାନ ଏବଂ ଖେଳ ଭାବନା ସହ ଖେଳୁଥିଲି।’ ଏହା ସହ କ୍ରିକେଟରୁ ସନ୍ନ୍ୟାସ ନେବା ତାଙ୍କ ପାଇଁ ସଠିକ୍‌ ସମୟ ବୋଲି କହିଛନ୍ତି ଇସରୁ ଉଦାନା। ବୋଲିଂ ଷ୍ଟାଇଲ୍‌ ଯୋଗୁ ଉଦାନାଙ୍କୁ ଜଣାଯାଏ। ତାଙ୍କ ପାଖରେ ଧିମା ବୋଲିଂ ଟେକନିକ୍‌ ଥିଲା ଯାହାକି ବ୍ୟାଟ୍ସମ୍ୟାନମାନଙ୍କୁ ଘାଇଲା କରିଥିଲା । କିନ୍ତୁ ଏହା ସତ୍ବେ ତାଙ୍କର ଇକୋନୋମି ରେଟ୍‌ ଏତେ ଭଲ ନଥିଲା। ଉଦାନା ଟି-୨୦​‌ରେ ହାରାହାରି ୮.୭୦ ରନ ପ୍ରତି ଓଭର ଦେଇଥିବା ବେଳେ ଦିନିକିଆରେ ସେ ପ୍ରତି ଓଭରରେ ୬.୨୭ ଆଭେରଜ୍‌ ହିସାବରେ ରନ୍‌ ଦେଇଥିଲେ।

{"id":488744,"width":660,"height":440,"sizeSlug":"full","linkDestination":"none"}

ଉଦାନାଙ୍କ ଉପରେ ସବୁ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲା ଆରସିବି !
ଇସରୁ ଉଦାନାଙ୍କୁ ଆଇପିଏଲ୍‌ ୨୦୨୦ରେ ଆରସିବି ୫୦ ଲକ୍ଷ ଟଙ୍କାରେ କିଣିଥିଲା। ବେଙ୍ଗାଲୁରୁ କୋଚ୍‌ ମାଇକ୍‌ ହେସନ ତାଙ୍କୁ କିଣିବା ପରେ ଖୁଲାସା କରିଥିଲେ ଟିମ୍‌ ଉଦାନାଙ୍କୁ କିଣିବା ପାଇଁ ସବୁ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲା। ସେତେବେଳେ ନିଲାମୀରେ ଖେଳାଳି କିଣିବାକୁ ଆରସିବି ପାଖରେ ୨୭.୯୦ କୋଟି ଟଙ୍କା ବଞ୍ଚିଥିଲା। ଇସରୁ ଉଦାନାଙ୍କୁ କିଣି ଆରସିବିକୁ ବିଶେଷ ଫାଇଦା ମିଳିନଥିଲା। ୧୦ ମ୍ୟାଚ୍‌ରୁ ସେ କେବଳ ୮ ଓ୍ବିକେଟ ନେଇଥିଲେ। କିନ୍ତୁ ସେ ୯.୭୨ ଇକୋନୋମି ରେଟ୍‌ରେ ରନ୍‌ ମଧ୍ୟ ଦେଇଥିଲେ । 

ଉଦାନା ନିଜର ଶେଷ ସିରିଜ୍‌ ଭାରତ ବିପକ୍ଷରେ ଖେଳିଛନ୍ତି। ସେ ଦିନିକିଆ ଏବଂ ଟି-୨୦ ସିରିଜ୍‌ରେ ଗୋଟିଏ ବି ଓ୍ବିକେଟ ନେଇନାହାନ୍ତି। ଖରାପ ଫର୍ମକୁ ନେଇ ଇସରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ବୋଲି ଚର୍ଚ୍ଚା ହେଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.